କେନ୍ଦୁଝର ମେଡିକାଲ କଲେଜ୍ ଟ୍ରମା କେୟାର ସେଣ୍ଟରରେ ପ୍ରଥମ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର
କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ଏହି ଅସ୍ତ୍ରୋପଚାର ପରେ ପୁଅ କ୍ଷିରୋଦ ଜାମୁଡ଼ା ଏକ ନୂଆ ଜୀବନ ପାଇଥିବାରୁ ୧୦ବର୍ଷର ବାଳକଙ୍କ ପରିବାରଲୋକ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ କ୍ଷିରୋଦ ଜାମୁଡ଼ା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗମ୍ଭୀର ଭାବେ ଆହତ ହୋଇଥିଲେ । ଆହତ ଅବସ୍ଥାରେ କ୍ଷିରୋଦଙ୍କୁ ପ୍ରଥମେ ହରିଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲା। ଏଠାରେ ବାଳକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ପାଇଁ କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଟ୍ରମା କେନ୍ଦ୍ରକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା।