Uncategorized

ହମଲା କରୁଛି ‘ହାତ’ ! ପୂର୍ବାପେକ୍ଷା ଓଡିଶାରେ ଶକ୍ତିଶାଳୀ ହେଉଛି କଂଗ୍ରେସ, ସତ ହେବ କି ସୁରଙ୍କ ‘କଂଗ୍ରେସ୍ କମିଂ’ ଡାଇଲଗ୍.

ହାତ’ର ହରକତ ସମ୍ଭାଳି ପାରୁ ନାହାନ୍ତି ନୂଆ ସରକାର ! ଯେବେ ବିଜେଡି ସରକାର ଥିଲା ସେବେ ବିରୋଧୀ ଦଳ ଭାବେ ଖାଲି ବିଜେପି ହିଁ ଶକ୍ତି ପ୍ରଦର୍ଶନ କରୁଥିଲା । କଂଗ୍ରେସକୁ କାଁ ଭାଁ ପ୍ରତିବାଦ କରିବାର ଦେଖିବାକୁ ମିଳୁଥିଲା । ମାତ୍ର ଓଡିଶାରେ ବାଜି ଓଲଟିଯିବା ପରେ ଏବେ ବଳ ଗୋଟାଉଛି ‘ହାତ’ । ପୂର୍ବାପେକ୍ଷା ଓଡିଶାରେ ଶକ୍ତିଶାଳୀ ହେଉଛି କଂଗ୍ରେସ । ଆଉ ଆଗଭଳି କଂଗ୍ରେସ କିମ୍ବା କଂଗ୍ରେସ କର୍ମୀଙ୍କୁ ଥଣ୍ଡା ପଡିବାର ଦେଖିବାକୁ ମିଳୁନି ବରଂ ଏବେ ଆଗ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳୁଛି କଂଗ୍ରେସ ଦଳ । ପ୍ରସଙ୍ଗ ଯାହା ବି ହେଉନା କାହିଁକି ଓଡିଶାରେ କଂଗ୍ରେସ ଏବଂ ଚର୍ଚ୍ଚାରେ ରହିଛି । ହୁଏତ ଆପଣ ମଙ୍ଗୁଆଳ ପରିବର୍ତ୍ତନର ଏହା ବଡ଼ ପ୍ରଭାବ କହି ପାରନ୍ତି ଅବା ରାହୁଲଙ୍କ ଓଡିଶା ଗସ୍ତ ସମସ୍ତଙ୍କ ପାଇଁ ବୁଷ୍ଟରଡୋଜ୍ ସାଜିଛି ବୋଲି ବି ଧରି ନେଇ ପାରନ୍ତି । ହେଲେ ଏ କଥାକୁ ଏଡାଇ ଦିଆଯାଇ ନପାରେ କି କଂଗ୍ରେସ ଏବେ ଶୋଇଛି ବୋଲି । ‘ହାତ’ ଉଠିଛି, ‘ହାତ’ ଶକ୍ତିଶାଳୀ ହୋଇଛି ଯାହା ସୂଚାଇ ଦେଉଛି ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଗାଡ଼ିପାରେ ରାଜନୀତିର ପାଣିପାଗ.. କାରଣ ଏ କଂଗ୍ରେସ ସେ କଂଗ୍ରେସ ପରି ନାହିଁ..

Leave a Reply

Your email address will not be published. Required fields are marked *