ରାଜ୍ୟ

ମୁକାବିଲା କରିପାରିଲେନି ମାଓବାଦୀ; ୬ ସଦସ୍ୟ ନିପାତ, ଛତ୍ରଭଙ୍ଗ ଦେଲେ ଲାଲବାହିନୀ

ସୁରକ୍ଷାବାହିନୀର ଯବାନଙ୍କୁ ପୁଣି ଥରେ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିମାଡ଼ରେ ୬ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ଆଜି ଦିନ ଦ୍ବିପହରରେ ଏହି ବଡ଼ଧରଣର ଗୁଳିବିନିମୟ ଘଟିଛି। ଗତ ଦୁଇ ଦିନ ହେଲା ଯବାନ ଆବୁଝମାଡ଼ ଜଂଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଆବୁଝମାଡ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ସୂଚନା ପାଇଥିଲା। 

ଆଜି ଦ୍ବିପହରରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଅପରପକ୍ଷେ ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ନକ୍ସଲଙ୍କ ଶବ ଉଦ୍ଧାର କରିବା ସହ ଏକେ-୪୭, ଏସଏଲଆର ଭଳି ବନ୍ଧୁକ ଜବତ କରିଥିବା ଜଣାପଡିଛି। 

Leave a Reply

Your email address will not be published. Required fields are marked *