ରାଜ୍ୟ

ବରଗଡ଼ ଧନୁଯାତ୍ରା: ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ

ଭୁବନେଶ୍ବର/ବରଗଡ଼: ଆଉ ମାତ୍ର ୫ ଦିନ ପରେ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଯିବ। ଆସନ୍ତା ୩ ତାରିଖ ଠାରୁ ଆରମ୍ଭ ‌ହେବାକୁ ଥିବା ଏହି ୧୧ ଦିବସୀୟ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମୁକ୍ତାକାଶ ରଂଗମଞ୍ଚ ପୁଣି ଥରେ ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହେବ। ବରଗଡ଼ରେ ମହାରାଜ କଂସଙ୍କ ରାଜୁତି ଚାଲିବ। ଏହି ଯାତ୍ରାକୁ ଅଧିକ ‌ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି।

ଏହି ଖବର ପଢ଼ନ୍ତୁ: ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ

ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି। ପୂର୍ବରୁ ଏହି ଯାତ୍ରା ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳୁଥିବା ବେଳେ ଏଥର ଏହାକୁ ବଢ଼ାଇ ୧ କୋଟିକୁ କରିଛନ୍ତି। ଏହି ବର୍ଦ୍ଧିତ ଅନୁଦାନ ପାଇଁ ପ୍ରମୁଖ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ମିଳିବ। ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ହୋଇଛି। ସେହିପରି ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଲାଗି ସରକାର ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରୁଥିବା ବେଳେ ରାଜ୍ୟବ୍ୟାପି ଏଲ୍‌ଇଡି ପରଦାରେ ଧନୁଯାତ୍ରାର ସିଧାପ୍ରସାରଣ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। 

Leave a Reply

Your email address will not be published. Required fields are marked *