ରାଜ୍ୟ

ସ୍ୱାମୀ ଶୈଳେନ୍ଦ୍ର ସରସ୍ୱତୀଙ୍କ ଓଡ଼ିଶା ଆଗମନ

ମହର୍ଷି ମହେଶ ଯୋଗୀଙ୍କ ପ୍ରମୁଖ ଶିଷ୍ୟ ତଥା ବେଦିକ ଫାଉଣ୍ଡେସନର ପ୍ରତିଷ୍ଠାତା ସ୍ୱାମୀ ଶୈଳେନ୍ଦ୍ର ସରସ୍ୱତୀ ଫେବୃଆରୀ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ପୁରୀସ୍ଥିତ ହୋଟେଲ ଷ୍ଟର୍ଲିଙ୍ଗ ରିସର୍ଟରେ ୧୯୭୭ ବ୍ୟାଚ ଆଇଆଇଏମ୍ ଅହମ୍ମଦାବାଦ ଆଲୁମିନିମାନଙ୍କ ଏକ କାର୍ଯ୍ୟକ୍ରମରେ ଧ୍ୟାନଯୋଗ ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ସ୍ୱାମୀ ଶୈଳେନ୍ଦ୍ର ସରସ୍ୱତୀ ଓରଫ ଶୈଳେନ୍ଦ୍ର ବିକ୍ରମ ସିଂ ଗେହଲୋଟ ୧୯୭୭ ବ୍ୟାଚ ଆଇଆଇଏମ୍ ଅହମ୍ମଦାବାଦର ଛାତ୍ର ଥିଲେ । ଫେବୃଆରୀ ୨୫ ତାରିଖ ଦିନ ମହର୍ଷି ମହେଶ ଯୋଗୀଙ୍କ ଅନ୍ୟତମ ପ୍ରମୁଖ ଶିଷ୍ୟ ମହର୍ଷି ପବ୍ଲିକ ସ୍କୁଲ ସମୁହ ତଥା ବେଦିକ୍ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ପବିତ୍ରମୋହନ ସାମନ୍ତରାୟଙ୍କ ନିମନ୍ତ୍ରଣକ୍ରମେ ଭୁବନେଶ୍ୱର ତଥା ଓଡ଼ିଶାର କିଛି ବ୍ୟକ୍ତି ବିଶେଷଙ୍କ ସହ ଧ୍ୟାନ ଯୋଗ ବିଷୟରେ ଆଲୋଚନା କରିଥିଲେ

। ମହର୍ଷିଙ୍କ ଅନ୍ୟତମ ପ୍ରମୁଖ ଶିଷ୍ୟ ତଥା ଭୁବନେଶ୍ୱର ପୂର୍ବତନ ସାଂସଦ ପ୍ରଫେସର ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ପୂର୍ବତନ ପୋଲିସ ଅତିରିକ୍ତ ମହା ନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ, ପୂର୍ବତନ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଡିମ୍ ପ୍ରଫେସର ନିରଞ୍ଜନ ବାରିକ, ବିଶିଷ୍ଟ କବି ରଶ୍ମି ରାଉଳ, ଜେହୋବା ଗ୍ରୁପ୍‌ର ମୁଖ୍ୟ ନୃସିଂହ ନାଥ ନନ୍ଦ, ସୂଚନା ଟି.ଭି. ମୁଖ୍ୟ ବିଜୟ ଦାସ, ଭବ୍ୟବତୀ ଆଧ୍ୟାତ୍ମିକ ଚ୍ୟାନେଲର ମୁଖ୍ୟ ଦୀପକ ପରିଡ଼ା, କଳିଙ୍ଗ କ୍ରୋନିକିଲ୍ ପ୍ରତିନିଧି ପ୍ରିୟବ୍ରତ ନାୟକ, ପର୍ଯ୍ୟବେକ୍ଷକ ପ୍ରତିନିଧି ଦେବପ୍ରସାଦ ମହାନ୍ତି , ସମାଜସେବୀ ବିନୋଦ ପାଣି, ଆଇଟି ବିଶେଷଜ୍ଞ ସୁଲଗ୍ନା ସୁଚରିତା ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସ୍ୱାମୀଜୀଙ୍କୁ ଦର୍ଶନ କରିଥିଲେ । ମହର୍ଷି ପବ୍ଲିକ ସ୍କୁଲର ନିର୍ଦ୍ଦେଶିକା ଶ୍ରୀମତୀ ହେନା ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ସ୍ୱାମୀଜୀଙ୍କ ଏକଦିବସୀୟ ଭୁବନେଶ୍ୱର ପ୍ରବାସ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ସଚିବ ଶକ୍ତି ଆୟାର ସହଯୋଗ କରିଥିଲେ । ସ୍ୱାମୀଜୀ ଫେବୃଆରୀ ୨୬ ତାରିଖ ଦିନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave a Reply

Your email address will not be published. Required fields are marked *