ରାଜ୍ୟ

ରାମବନରେ ସହଜ ହେଉନି ଉଦ୍ଧାରକାର୍ଯ୍ୟ: ମାଡ଼ିଆସିଲାଣି ଘନ ଅନ୍ଧାର, ଜାରି ରହିଛି ବର୍ଷା…

ଶ୍ରୀନଗର: ପ୍ରକୃତିର ତାଣ୍ଡବଲୀଳା ପରେ ଛାରଖାର ହୋଇଛି ଜମ୍ମୁ-କାଶ୍ମୀର । ସବୁଠି ହାହାକାର, ସବୁଠି ଚିତ୍କାର । କାହାର ଘର ଭୁଶୁଡି ପଡିଛି ତ କାହାର ଗୋରୁ ଗାଈ ଏବଂ ଛେଳି ଚାପି ହୋଇ ମରିଯାଇଛନ୍ତି । ପୁଣି କାହାର ସମ୍ପର୍କୀୟ ନିଖୋଜ ହୋଇଛନ୍ତି । ଯଦିଓ ଏଯାଏଁ ସରକାରୀ ଭାବେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି ତଥାପି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । କାରଣ ରାମବନରେ ପ୍ରକୃତି ଯେମିତି ତାଣ୍ଡବ ରଚିଛି ଏବଂ ଯେମିତି ସବୁ ଛାରଖାର ହୋଇଛି ଏବେବି ଧସିଥିବା ପାହାଡ ତଳେ ଏବଂ ଭାସିଯାଇଥିବା ବିଲ୍ଡିଂରେ କିଛି ଲୋକ ଫଶିଥିବା ଅନୁମାନ କରାଯାଉଛି ।ତେବେ ଇତିମଧ୍ୟରେ ଏନଡିଆରଏଫର ଟିମ ଏନଏଚରେ ଧସିଥିବା ପାହାଡରେ ଉଦ୍ଧାରକାମ ଆରମ୍ଭ କରିଛନ୍ତି ଏବଂ ସେମାନେ ଫଶିଥିବା ଗାଈଗୋରୁଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ଏଥିସହ ପାହାଡ ଧସିବା ଫଳରେ ରାସ୍ତାରେ ଯାଉଥିବା ବଡବଡ ଟ୍ରକ୍ ମଧ୍ୟ ପୋତି ହୋଇଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସ୍ଥିତି କେତେ ଭୟଙ୍କର ଦର୍ଶାଇ ଦେଉଛି ।

Leave a Reply

Your email address will not be published. Required fields are marked *