ପାକିସ୍ତାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତକୁ ପୂର୍ଣ୍ଣ ଅଧିକାର ଅଛି: ପୂର୍ବତନ ଆମେରିକୀୟ ଏନଏସଏଙ୍କ ଖେଲା ସମର୍ଥନ
ୱାଶିଂଟନ: ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜନ୍ ବୋଲ୍ଟନ କହିଛନ୍ତି ଯେ, ଦକ୍ଷିଣ ଏସିଆରେ କେହି ସଂଘର୍ଷ ଦେଖିବାକୁ ଚାହାନ୍ତି ନାହିଁ କିନ୍ତୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ ପାକିସ୍ତାନ ବିରୁଦ୍ଧରେ ଆତ୍ମରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ନେବାର ସମ୍ପୂର୍ଣ୍ଣ ଅଧିକାର ଅଛି ।
ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ବୋଲ୍ଟନ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ଜମ୍ମୁ ଏବଂ କଶ୍ମୀରର ଲୋକଙ୍କୁ ଏକ ସ୍ଥିର ପରିବେଶରେ ରହିବାକୁ ଦିଆଯାଉନାହିଁ, ସୀମା ପାରରୁ ନିରନ୍ତର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ପର୍ଯ୍ୟଟକମାନଙ୍କୁ ଏହି ଅଞ୍ଚଳକୁ ଯିବାକୁ ବାରଣ କରାଯାଉଛି।
୨୦୧୯ ଫେବ୍ରୁଆରିରେ ପୁଲୱାମା ଆକ୍ରମଣ ସମୟରେ ବୋଲ୍ଟନ୍ ଆମେରିକାର ଏନଏସଏ ଭାବରେ କାର୍ଯ୍ୟ କରୁଥିଲେ। ଏହି ଆକ୍ରମଣ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ ଦ୍ୱାରା କରାଯାଇଥିଲା, ଯାହା ଫଳରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ବୋଲ୍ଟନ୍ କହିଛନ୍ତି, ‘ଯେତେବେଳେ ମୁଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଥିଲି, ୨୦୧୯ରେ ଆମେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲୁ, ଯେତେବେଳେ ପାକିସ୍ତାନ ମାଟିରୁ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।