ଗଞ୍ଜାମ ପୁଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ୧୮ ଅଭିଯୁକ୍ତ ଗିରଫ
ଛତ୍ରପୁର/ବ୍ରହ୍ମପୁର/ଆସିକା: ବାହାର ରାଜ୍ୟ ଲିଙ୍କ୍ରେ ଗଞ୍ଜାମରେ ଆତଙ୍କ ସୃଷ୍ଟି କରିବାକୁ ଯାଉଥିବା ଏକ ବଡ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍କୁ ଗଞ୍ଜାମ ପୁଲିସ ଧରିବାରେ ସଫଳ ହୋଇଛି। ଏହି ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍ ଗଞ୍ଜାମରେ ଆତଙ୍କ ସୃଷ୍ଟି କରିବା ପୂର୍ବରୁ ପୁଲିସ ଆଭାସ ପାଇ ଅପରାଧୀଙ୍କ ଉଦ୍ୟମକୁ ପଣ୍ଡ କରିଛି ଗଞ୍ଜାମ ପୁଲିସ। ଅପରାଧୀଙ୍କ ଗତିବିଧିକୁ ନେଇ ଗଞ୍ଜାମ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ବିଭିନ୍ନ ଥାନା ଇଲାକାରେ ଅପରେସନ ଜାରି ରହିଥିଲା। ସ୍ୱତନ୍ତ୍ର ପୁଲିସ ଟିମ୍ର ଧରପଗଡରେ ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନର ୬ଟି ଥାନା ଇଲାକାରେ ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ସେମାନହ୍କ ଠାରୁ ୧୭ଟି ବନ୍ଧୁକ ଓ ୬୬ଟି ଜୂବନ୍ତ ଗୁଳି ଜବତ କରାଯାଇଛି।
ଗଞ୍ଜାମ ପୁଲିସର ଶେରଗଡ, ଭଞ୍ଜନଗର, ପୋଲସରା, କୋଟିନଡା, ଆସିକା ଓ ଚମାଖଣ୍ଡି ଥାନା ଅଂଚଳରେ ଏହି ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଠାରୁ ଜଗତ ହୋଇଥିବା ବନ୍ଧୁକ ଗୁଡିକ ବିହାର ରାଜ୍ୟ ମୁଙ୍ଗେର ବନ୍ଧୁକ କାରଖାନାରେ ପ୍ରସ୍ତୁତ ହେଉଥିବା ବନ୍ଧୁକ ଭଳି ଅନୁମାନ କରାଯାଉଛି। ବିଶେଷ ଅଭାସରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଦମନ ଲାଗି ଚ୍ୟାଲେଞ୍ଜ୍ ସହ ସପ୍ତାହ ପୂର୍ବରୁ ଗଠନ ହୋଇଥିବା ସ୍ୱତନ୍ତ୍ର୍ ପୁଲିସ ଟିମ୍ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗ୍ୟାଙ୍ଗ୍କୁ ଧରିବାରେ ଶେଷରେ ସଫଳ ହୋଇଛନ୍ତି। ଏହି ଗ୍ୟାଙ୍ଗ୍ର ଚେର କେତେଦୂର ଲମ୍ବିଛି ତାହାକୁ ନେଇ ଛାନଭିନ୍ ଲାଗି ରହିଛି। ଏହାସିହତ ଅପରାଧୀଙ୍କ ବାହାର ରାଜ୍ୟ ଲିଙ୍କ୍କୁ ନେଇ ଖୋଳତାଡ ଚାଲିଛି। ଏଥିପାଇଁ ରାଜ୍ୟ ବାହାର ଅପରାଧୀ ଗ୍ୟାଙ୍ଗ୍ର ଲିଙ୍କ୍ ନେଇ ଆଉ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ବାହାର ରାଜ୍ୟ ପୁଲିସ ସହାୟତାରେ ତଦନ୍ତ ଜାରି ରଖାଯିବ।
ବର୍ତମାନ ସମୟରେ ଯେଉଁ ଅପରାଧୀଙ୍କୁ ଧରାଯାଇଛି ଏବଂ ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅପରାଧ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ଗଞ୍ଜାମ ପୁଲିସ ପାଇଁ ବଡ ସଫଳତା ମିଳିଛି। ଏଥିପାଇଁ ଗଞ୍ଜାମ ଏସ୍.ପି.ଙ୍କ ନେତୃତ୍ୱରେ ତାଙ୍କରି ପୁଲିସ ଟିମ୍ର ପ୍ରଚେଷ୍ଟା ତଥା ଉଦ୍ୟମ ଲାଗି ଏହା ସମ୍ଭବ ହୋଇପାରିଛି ବୋଲି ଗଞ୍ଜାମ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଂଚଳ ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।