ରାଜ୍ୟ

ପ୍ରତିଭାଶାଳୀ ଖେଳାଳିଙ୍କ ପାଇଁ ଏକ ପ୍ଲାଟଫର୍ମ ଯେଗାଇବାକୁ ଆମେ ପ୍ରତିବଦ୍ଧ’

ଭୁବନେଶ୍ବର: ମୁମ୍ବାଇର ୱେଭ୍‌ସରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତରେ ସ୍ଵଦେଶୀ କ୍ରୀଡାର ଗଭୀର ସାଂସ୍କୃତିକ ଆଧାର ଉପରେ ଆଗ୍ରହର ସହିତ ଆଲୋକପାତ କରିଥିଲେ। ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଶକ୍ତି କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ପାଇଁ କୃତଜ୍ଞତା ପ୍ରକାଶ କରି ସେ କହିଥିଲେ ଯେ ‘ଏହି ଖେଳଗୁଡ଼ିକ କେବଳ ଶାରୀରିକ ପ୍ରତିଯୋଗିତା ନୁହେଁ; ଏଗୁଡ଼ିକ ଆମ ସମ୍ପ୍ରଦାୟ, ଆମର ପରମ୍ପରା ଏବଂ ଆମର ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ଶ୍ରୀ ମାଝୀ ଆହୁରି ଆଲୋକପାତ କରିଥିଲେ ଯେ, ସକ୍ରିୟ ଆଦିବାସୀ ସମ୍ପ୍ରଦାୟର ବାସସ୍ଥାନ ଓଡ଼ିଶା ଏହି ପ୍ରାଚୀନ ଖେଳଗୁଡ଼ିକୁ ସଂରକ୍ଷଣ କରି ରଖିଛି ଏବଂ ଏକ କ୍ରୀଡା କେନ୍ଦ୍ର ଭାବରେ ଉଭା ହେଉଛି। ‘ଆମେ ଗ୍ରାମୀଣ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ ପ୍ରତ୍ୟେକ ପ୍ରତିଭାଶାଳୀ ଖେଳାଳି ଯେପରି ତାଙ୍କର ଚମକ ଦେଖାଇବା ପାଇଁ ଏକ ପ୍ଲାଟଫର୍ମ ପାଇବେ ତାହା ନିଶ୍ଚିତ କରିବାକୁ ପ୍ରତିବଦ୍ଧ” ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *