ଡ଼. ପବିତ୍ର ମୋହନ ସାମନ୍ତରାୟ ଭାରତୀୟ ଖବରକାଗଜ ମହାସଂଘର ଜାତୀୟ ସଭାପତି ଭାବରେ ନିର୍ବାଚିତ
ନୂଆଦିଲ୍ଲୀ, (ପି.ଏନ): ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ଖବରକାଗଜ ମହାସଂଘ ତରଫରୁ ନୂଆଦିଲ୍ଲୀର ହୌଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ଅଡିଟୋରିୟମ୍ରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ଡ଼. ପବିତ୍ର ମୋହନ ସାମନ୍ତରାୟଙ୍କୁ

ସର୍ବସମ୍ମତିକ୍ରମେ ଜାତୀୟ ସଭାପତି ଭାବରେ ନିର୍ବାଚିତ କରାଯାଇଛି।ଏହି ନିର୍ବାଚନ ପ୍ରକ୍ରିୟା ସଂଗଠନର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶିବପ୍ରକାଶ ଓ ଶ୍ରୀ କେ. ସଞ୍ଜୀବଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।ସଂଗଠନର ସଂବିଧାନ ଅନୁଯାୟୀ ୨୦୨୫-୨୦୨୭ ଅବଧି ପାଇଁ ନିର୍ବାଚନ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ଜାତୀୟ ଓ ରାଜ୍ୟ ପଦବୀ ପାଇଁ ନାମାଙ୍କନ ହୋଇଥିଲା। ଏହି ସମୟରେ ଡ଼. ସାମନ୍ତରାୟଙ୍କୁ ଜାତୀୟ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା। ସଙ୍ଗଠନର ବିକାଶ ପାଇଁ ତାଙ୍କୁ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ଓ ମନୋନୟନ କରିବା ଅଧିକାର ମଧ୍ୟ ଦିଆଯାଇଛି।ଏହି ବୈଠକରେ ଅନ୍ୟାନ୍ୟ ନିର୍ବାଚିତ ପଦାଧିକାରୀମାନେ ହେଲେ:ମହାସଚିବ: ବି.ଏସ୍. ଦେଶପାଣ୍ଡେ,ଜାତୀୟ କୋଷାଧ୍ୟକ୍ଷ: ବୀରେନ୍ଦ୍ର କୁମାର,ଉପସଭାପତିମାନେ ହେଲେ ସୁରେନ୍ଦ୍ର ଭର୍ମା, ଶଙ୍କର କୋଡାଲା, ସି.ଏଚ.ଏମ୍ ମଲିକାର୍ଜୁନ, ଶ୍ରୀମତୀ କେ.ଡି ମିଶ୍ର,କାର୍ଯ୍ୟନିର୍ବାହୀ ସଦସ୍ୟମାନେ: ଶ୍ରୀମତୀ ସୁନୀତା ଉପାଧ୍ୟାୟ, ଧୀରଜ କୁମାର, ନରେନ୍ଦ୍ର ବାବୁ, ରାଧାଶ୍ୟାମ ପଣ୍ଡା, ଶିବାନୀ ଜାଲୋଟା,ମିଳିତ ସାଧାରଣ ସଚିବ: ଶ୍ରୀମତୀ ଶିବାନୀ ଜାଲୋଟା ପ୍ରମୁଖ।ଏହାସହ ବିଭିନ୍ନ ରାଜ୍ୟ ଓ ଅଞ୍ଚଳରେ ନିମ୍ନଲିଖିତ ନିଯୁକ୍ତି ହୋଇଛି:ଛତିଶଗଡ଼: ସାନ୍ତୋଷ କୁମାର ୟାଦୁ, ଭାନୁପ୍ରପ ନାୟକ,ଓଡିଶା ସଂଯୋଜକ: ତାହିର ଆହମଦ, ପ୍ରିୟବ୍ରତ ନାୟକ,ଜାତୀୟ ଗଣମାଧ୍ୟମ ସଂଯୋଜକ: ନବନିତ୍ ରାୱତ ମନୋନୀତ ହୋଇଥିବା ବେଳେ ଅନ୍ୟାନ୍ୟ ସଂଯୋଜକ ଭାବେ: ଏଲ୍. ଶେଖର, ଚେନାଗୋୱାଡା, ହରି ଡି ସୋଜା, କୃଷ୍ଣ କୁମାର, ଶିବଶଙ୍କର, ବାଦପା, ଏମସି ମଦଥା, ଏମସି ରାମଲିଙ୍ଗାୟା, ଆଡଭେଶାପ୍ପା, ଜୟକୁମାର, ପୁଷ୍ପ ମିତ୍ରୋଭାନି, ଏ.କେ ବସୁ, ସୁଜାତୀ, ମେହତବ ଖାନ୍ ଚାନ୍ଦ, ସତ୍ୟନାରାୟଣ ଚତୁର୍ବେଦୀ, ସଂଗଠକ ସଚିବ ସୁଶୀଲ କୁମାର ଶର୍ମା ପ୍ରମୁଖ ନିର୍ବାଚିତ ହୋଇଛନ୍ତି।ନିର୍ବାଚିତ ସମସ୍ତ ପଦାଧିକାରୀଙ୍କୁ ଫୁଲମାଳା, ପୁଷ୍ପଗୁଚ୍ଛ ଓ ନିର୍ବାଚନ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ, ପହଲଗାମ ଘଟଣାରେ ଦେହାନ୍ତ ହୋଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।