ପାକିସ୍ତାନ ପଟୁ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବାକୁ ସକ୍ରିୟ ହେଲା ଏୟାର ଡିଫେନ୍ସ ସିଷ୍ଟମ
ଜମ୍ମୁ-କଶ୍ମୀର: ଜମ୍ମୁରେ ସକ୍ରିୟ ହେଲା ଏସ-୪୦୦ ମିସାଇଲ। ପାକିସ୍ତାନ ପଟୁ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବାକୁ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ସକ୍ରିୟ କରାଯାଇଛି । ରାତିରେ ପାକିସ୍ତାନ ଆକ୍ରମଣ କରିବାକୁ ଯଥେଷ୍ଟ ସମ୍ଭାବନା ଥିବାରୁ ଏହାକୁ ଆକ୍ଟିଭ କରାଯାଇଛି । ଏହାସହ ପୂରା ଜମ୍ମୁକୁ ବ୍ଲାକଆଉଟ୍ କରାଯାଇଛି । ଏସ-୪୦୦ ଏକ ଶକ୍ତିଶାଳୀ ମିଶାଇଲ ପ୍ରତିରକ୍ଷା ପ୍ରଣାଳି । ଭାରତ ଏହାକୁ୨୦୧୮ରେ ପାଖାପାଖି ୫ ଆରବ ବିନିମୟରେ କିଣିଥିଲା । ଏହା ଭାରତୀୟ ବାୟୁସେନାକୁ ଅଧିକ ମଜବୁତ୍ କରିଛି ଏବଂ ଯେକୌଣସି ଆକ୍ରମଣରୁ ରକ୍ଷା କରିବାକୁ ମଜବୁତ ଢାଲ ଭାବରେ କାର୍ଯ୍ୟ କରଛି। ପାକିସ୍ତାନ କ୍ରମାଗତ ୪ ଦିନ ହେଲା ଯୁଦ୍ଧ ବିରତି ଉଲଂଘନ କରି ଭାରତ ସୀମାରେ ଗୁଳି ବର୍ଷଣ ଜାରି ରଖିଛି । ଏହାକୁ ପ୍ରତିହତ କରିବାକୁ ଭାରତ ମଧ୍ୟ ନିଜର ପରାକ୍ରମ ଦେଖାଇଛି । ପାକିସ୍ତାନର ଏଭଳି କାର୍ଯ୍ୟକୁ ନଜରରେ ରଖି ଭାରତ ମଧ୍ୟ ନିଜକୁ ପ୍ରସ୍ତୁତ ରଖିଛି। ପାକିସ୍ତାନକୁ ଉଚିତ ପାଲଟା ଜବାବ ଦେବାକୁ ଭାରତର ୩ ବାହିନୀ ଜାଗ୍ରତ ଅଛନ୍ତି। ପାକିସ୍ତାନ ନସୁଧୁରିଲେ ଭାରତ ଏହାର କଡା ଜବାବ ଦେବ ବୋଲି ଏମଇଏ ପ୍ରେସମିଟରେ କହିଛନ୍ତି ସେନାଧିକାରୀ।