ରାଜ୍ୟ

ଭାଜି ହେଲା ଓଡ଼ିଶା: ସମ୍ବଲପୁର ୪୨.୯ ଡିଗ୍ରି ସେଲସିୟସ ଛୁଇଁଲା, ୧୭ ସହର ୪୦ ଡିଗ୍ରି ସେଲସିୟସ ଅତିକ୍ରମ କଲା

ଭୁବନେଶ୍ୱର: ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସମ୍ବଲପୁରରେ ସର୍ବାଧିକ ୪୨.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ମୋଟ ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ଭୁବନେଶ୍ବର ତାପମାତ୍ରା  ୪୦.୪ ଡିଗ୍ରି ସେଲସିୟସ୍  ଛୁଇଁଥିଲା। କଟକର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍‌ରେ ପହଞ୍ଚିଥିଲା। 

ହୀରାକୁଦରେ ତାପମାତ୍ରା ୪୨.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡା ଏବଂ ବଲାଙ୍ଗୀରରେ ୪୨.୨ ଡିଗ୍ରି ସେଲସିୟସ୍  ରେକର୍ଡ କରାଯାଇଛି। ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

ଅନୁଗୁଳରେ ୪୧.୯ ଡିଗ୍ରି, ଭବାନୀପାଟଣାରେ ୪୧.୬ ଡିଗ୍ରି ସେଲସିୟସ୍  ଏବଂ ସୁନ୍ଦରଗଡ଼ ଏବଂ ସୋନପୁରରେ ୪୧.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି

Leave a Reply

Your email address will not be published. Required fields are marked *