ଅଙ୍ଗ ଦାନ କରି ୪ ଜଣଙ୍କୁ ଜୀବନ ଦାନ କଲେ ଆଦିବାସୀ ଯୁବକ
ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରେଗେଡା ଗ୍ରାମର ଯୁବକ ଦିଲୀପ ମାଣ୍ଡାଙ୍ଗି ଦୁର୍ଘଟଣାର ଶିକାର ହୋଇ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ଶ୍ରୀକାକୁଲମର ଜେମ୍ସ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ।
ଗତ ବୁଧବାର ୭ ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ବ୍ରେନ୍ ଡେଡ୍ ହୋଇସାରିଥିବା ସେଠାକାର ଡାକ୍ତର କହିଥିଲେ। ତାଙ୍କୁ ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଥିଲା।
ଯୁବକ ବଞ୍ଚିବା କଷ୍ଟକର ବୋଲି ଡାକ୍ତର ପରିବାରଙ୍କୁ କହିବା ପରେ ଗୁରୁତର ଯୁବକଙ୍କର ବାପା ସତ୍ୟ ମାଣ୍ଡାଙ୍ଗି ଏବଂ ମା’ ତାଙ୍କ ପୁଅର ଶରୀରରେ ଥିବା ବିଭିନ୍ନ ଅଙ୍ଗଦାନ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ। ତାଙ୍କ ପୁଅର ଜୀବନ ଅନ୍ୟମାନଙ୍କ ଦେହରେ ବଞ୍ଚିରହିବା ପାଇଁ ନିବେଦନ କରିଥିଲେ। ନିବେଦନ ରକ୍ଷା କରି ମେଡିକାଲ କର୍ତ୍ତୃପକ୍ଷ ଯୁବକର ଅର୍ଗାନ କାଡି ଆବଶ୍ୟକ ଥିବା ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ ପାଇଁ ସମ୍ମତି ପ୍ରକାଶ କରିଥିଲେ