ରାଜ୍ୟ

ନରେନ୍ଦ୍ର ପୁଷ୍କରିଣୀରେ ପୁଣି ଅଘଟଣ: ଗାଧୋଇବା ବେଳେ ଯୁବକଙ୍କ ମୃତ୍ୟୁ

ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟାତ୍ମିକ ପୋଖରୀ ‘ନରେନ୍ଦ୍ର ପୁଷ୍କରିଣୀ’ରେ ବୁଧବାର ଅପରାହ୍‌ଣରେ ପୁଣି ଥରେ ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। 

ସୂଚନା ଅନୁସାରେ ପ୍ରବଳ ଗରମରୁ ଆଶ୍ବସ୍ତି ପାଇବା ପାଇଁ ଯୁବକ ଜଣକ ଆଜି ଅପରାହ୍‌ଣରେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବାକୁ ଯାଇଥିଲେ। ପାଣିରେ ପହଁରିବା ତାଙ୍କର ଅଭ୍ୟାସ ନଥିବାରୁ ସେ କୂଳକୁ ଆସି ପାରି ନଥିଲେ। ଯୁବକ ଜଣକ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପକ୍ଷରୁ ବହୁ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ପରେ ଯୁବକ ଜଣକ ମିଳିଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ କି ଡାକ୍ତର ମୃତ ଘୋଷଣା କରିଥିଲେ। 

ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।

ନରେନ୍ଦ୍ର ପୋଖରୀରେ ବୁଡ଼ି ଯାଇ ମୃତ୍ୟୁ ଘଟଣା ନୁଆଁ ନୁ

Leave a Reply

Your email address will not be published. Required fields are marked *