ସ୍ୱର୍ଗତ ପ୍ରମୋଦ ଖଣ୍ଡାଇଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଚଣ୍ଡୀଖୋଲ,:(ପି.ଏନ): କ୍ଷେତ୍ରପାଳ ଗ୍ରାମର ସ୍ୱର୍ଗତ ପ୍ରମୋଦ କୁମାର ଖଣ୍ଡାଇଙ୍କ ଦ୍ୱାଦଶାହ ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ, ବଡ଼ଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ଧର୍ମଶାଳା ବିଧାୟକଙ୍କ ମାତା ଶ୍ରୀମତୀ ମିନତୀ ସାହୁ, ଦୈନିକ ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକିଲର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ରମୋହନ ସାମନ୍ତରାୟ, ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପବିତ୍ର ମାହାଲା, ପୂର୍ବତନ ଅଧ୍ୟକ୍ଷ ବ୍ରଜସୁ୍ନ୍ଦର ନାୟକ, ସତ୍ୟବ୍ରତ ପୃଷ୍ଠି , ଡକ୍ଟର ବିଶ୍ୱନାଥ ଦାସ, ବାବା ବୈରବାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେଦାରନାଥ ଦାସ, ଅଧ୍ୟାପକ ଶୈଳନନ୍ଦନ ମହାନ୍ତି, ଆଡ଼ଭୋକେଟ ଦେବରାଜ ବେହେରା, ନୃସିଂହ ଚୌଧୁରୀ ମହାବିଦ୍ୟାଳୟ ଯାଜପୁରର ପ୍ରାଧ୍ୟାପକ ଡକ୍ଟର ବିଶ୍ୱଜିତ ମହାପାତ୍ର , ଭାରତୀୟ ଜୀବନ ବୀମା ନିଗମର କଟକ ଡିଭିଜନାଲ ମ୍ୟାନେଜର ସନ୍ତୋଷ ସାମନ୍ତରାୟ, ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ସାହୁ, ସାମ୍ବାଦିକ ଶିବପ୍ରସାଦ ସାହୁ,ମୋହନ ଖିଲାର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ଧଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଖଣ୍ଡାଇଙ୍କ ସ୍ମୃତିରେ ଦୁଇଟି ସ୍ମରଣୀକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସୂଚନାଯୋଗ୍ୟ ସ୍ୱର୍ଗତ ଖଣ୍ଡାଇ ନୂଆହାଟସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ସମାଜ ବିଜ୍ଞାନର ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ । ଜୁନ୍ ମାସରେ ଅବସର ନେବା ପୂର୍ବରୁ ମଇ ୩ ତାରିଖରେ ମହାବିଦ୍ୟାଳୟରେ ଏକ ବିଦ୍ୟାୟକାଳୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସମୟରେ ହୃଦ୍ଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ସ୍ୱର୍ଗତ ଖଣ୍ଡାଇଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଭାସିନୀ ଖଣ୍ଡାଇ, ପୁତ୍ର ପି.ବି. ସଂଯୋଗ କୁମାର, ଭାଇ ଦେବେନ୍ଦ୍ର ଓ ପ୍ରଶାନ୍ତ , ଭଉଣୀ ଜ୍ୟୋତ୍ସ୍ନାମୟୀ, ଭିଣୋଇ, ଭାଇବୋହୂ, ପୁତୁରା, ପୁତୁରା ବୋହୂ, ଝିଆରୀ, ଝିଆରି ଜ୍ୱାଇଁ, ଭଣଜା, ଭଣଜା ବୋହୂ, ଭାଣେଜୀ, ଭାଣେଜୀ ଜ୍ୱାଇଁ, ନାତି ନାତୁଣୀ, ବନ୍ଧୁବାନ୍ଧବ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।