ଦେଶ- ବିଦେଶ

ଟ୍ରମ୍ପ୍‌ଙ୍କ ଗୁପ୍ତ ଯୋଜନା ଲିକ୍! ଗାଜାରୁ ପାଲେଷ୍ଟାଇନୀମାନଙ୍କୁ ଲିବ୍ୟା ପଠାଇବା ଷଡ଼ଯନ୍ତ୍ର

ୱାଶିଂଟନ: ଏକ ଚାଞ୍ଚଲ୍ୟକର ତଥ୍ୟରୁ ଜଣାପଡ଼ିଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଲିବ୍ୟାରେ ଯୁଦ୍ଧଗ୍ରସ୍ତ ଗାଜା ଷ୍ଟ୍ରିପର ପ୍ରାୟ ୧୦ ଲକ୍ଷ ପାଲେଷ୍ଟାଇନୀ ନାଗରିକଙ୍କୁ ସ୍ଥାୟୀ ଭାବରେ ବସତି ସ୍ଥାପନ କରିବା ପାଇଁ ଏକ ଗୁପ୍ତ ଯୋଜନା ପ୍ରସ୍ତୁତ କରିଥିଲେ। 

ଗାଜାରେ ଚାଲିଥିବା ସଂଘର୍ଷ, ସାଧାରଣ ନାଗରିକଙ୍କ ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତାକୁ ଧ୍ୟାନରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏହି ପ୍ରସ୍ତାବ ପ୍ରକାଶ ପାଇବା ପରେ ରାଜନୈତିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ଥିତି ସରଗରମ ହେବାରେ ଲାଗିଛି।

ଏହି ଯୋଜନାର ଲକ୍ଷ୍ୟ ହେଉଛି ଗାଜା ଷ୍ଟ୍ରିପକୁ ଏହାର ବାସିନ୍ଦାଙ୍କଠାରୁ ଖାଲି କରିବା। ଏହା ସହିତ ଇସ୍ରାଏଲକୁ ସେଠାରେ ଅବାଧ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ମାନବିକ ସହାୟତା ନାମରେ ପାଲେଷ୍ଟାଇନୀ ଜନସଂଖ୍ୟାକୁ ବଳପୂର୍ବକ ବିତାଡ଼ିତ କରିବାକୁ ଅନୁମତି ଦେବା।

କିଛି ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ପ୍ରସ୍ତାବ ଦେଇଛନ୍ତି ଯେ, ଲକ୍ଷ ଲକ୍ଷ ଗାଜା ବାସିନ୍ଦାଙ୍କୁ ଲିବିୟା ଭଳି ଉତ୍ତର ଆଫ୍ରିକୀୟ ଦେଶଗୁଡ଼ିକରେ ପୁନଃସ୍ଥାପିତ କରାଯିବା ଉଚିତ୍, ଯେଉଁଠାରେ ରାଜନୈତିକ ଅସ୍ଥିରତା ଏବଂ ଆଭ୍ୟନ୍ତରୀଣ ସଂଘର୍ଷ ପୂର୍ବରୁ ଜାରି ରହିଛି।

ଏହି ଯୋଜନାଟି ଏକ ଗୁପ୍ତ ରଣନୈତିକ ପ୍ରସ୍ତାବ ଭାବରେ ପ୍ରସ୍ତୁତ କରାଯାଇଥିଲା। ଯାହା ବିଷୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକାର ବୈଦେଶିକ ବିଭାଗ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇଥିଲା। ତଥାପି, ଏହି ପ୍ରସ୍ତାବ କେବେ ସରକାରୀ ନୀତି ପାଲଟିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *