ରାଜ୍ୟ

ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପୁଣି ନିର୍ମାଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ  ‘ଅପରେସନ୍ ସିନ୍ଦୂର’କୁ ଆଧାର କରି ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ପାକିସ୍ତାନକୁ କଡ଼ା ଜବାବ ଦେଇ ନଅଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା ଭାରତ। ଭାରତର ଏହି ଶକ୍ତିଶାଳୀ ଆକ୍ରମଣରେ ଆତଙ୍କବାଦୀ ମାସୁଦ ଆଝାରର ପରିବାରର ୧୪ଜଣ ସଦସ୍ୟ ଏକାସହିତ ନିହତ ହୋଇଥିଲେ।

ମାସୁଦ ଆଝାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ଏବଂ ସେ ନିଜେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ ଅଛି। 

ବିଶେଷ ସୂତ୍ରରୁ ଖବର ମିଳିଛି କି ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପାକିସ୍ତାନ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି।  ଏଥିପାଇଁ ପାକିସ୍ତାନ ସରକାର ମାସୁଦକୁ ୧୪ କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ଦେଇପାରନ୍ତି।

ରିପୋର୍ଟ ଅନୁସାରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତ ଦ୍ୱାରା ହୋଇଥିବା ବାୟୁସେନା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ୟାକେଜକୁ ଅନୁମୋଦନ କରିଛନ୍ତି।

Leave a Reply

Your email address will not be published. Required fields are marked *