ଲିଙ୍ଗରାଜ ମନ୍ଦିର ଉପରେ ୧୫ ମିନିଟ୍ ଧରି ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍: ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଶଙ୍କା
ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଉପରେ ପ୍ରାୟ ୧୫ ମିନିଟ୍ ଧରି ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବାର ଦେଖାଯାଇଥିବା ଜଣାପଡ଼ିଛି। ଏହା ପରେ ମନ୍ଦିରରେ ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି।
କିଛି ସେବାୟତ ସନ୍ଧ୍ୟା ୫.୧୫ ରୁ ୫.୩୦ ପର୍ଯ୍ୟନ୍ତ ପ୍ରାୟ ୧୫ ମିନିଟ୍ ପାଇଁ ଲିଙ୍ଗରାଜ ମନ୍ଦିର ଉପରେ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବାର ଦେଖି ଲିଙ୍ଗରାଜ ପୁଲିସକୁ ଜଣାଇଥିଲେ