ରାଜ୍ୟ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମା’-ପୁଅଙ୍କ ମୃତ୍ୟୁ, ଅନାଥ ହୋଇଗଲା ବଡ଼ପୁଅ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଆଘାତରେ ମା’-ପୁଅଙ୍କର ମୃତ୍ୟୁ ଘଟିଛି। ମୃତ ମା’-ପୁଅ ‌ହେଲେ ସ୍ବର୍ଗତ ସନ୍ତୋଷ ନାଏକଙ୍କ ସ୍ତ୍ରୀ ଫୁଲମତୀ ନାଏକ (୨୯) ଓ ସାନପୁଅ ସବିର ନାଏକ (୭ମାସ)। ଆଠମାସ ତଳେ ବାପାଙ୍କୁ ହରାଇଥିବା ବେଳେ ଏବେ ମା’ଙ୍କୁ ହରାଇ ବଡ଼ପୁଅ ଜଗଦୀଶ ନାଏକ (୮ବର୍ଷ) ଅନାଥ ହୋଇଯାଇଛି।

ସୂଚନା ଅନୁସାରେ, ୮ ମାସ ତଳେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଦୁଇ ପୁଅଙ୍କୁ ନେଇ ଫୁଲମତୀ ବହୁ କଷ୍ଟରେ ଚଳୁଥିଲେ। ସୋମବାର ସାନପୁଅ ସବିରକୁ କାଖେଇ ସେ ଘରକାମ କରୁଥିଲେ। ଏହି ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।

ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅଙ୍କୁ ନେଇ ଫୁଲମତୀ ବହୁ କଷ୍ଟରେ ଚଳୁଥିଲେ। ସାନପୁଅ ସବିରକୁ କାଖେଇ ସେ ଘରକାମ କରୁଥିଲେ। ଏହି ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ଆଠମାସ ତଳେ ବାପାଙ୍କୁ ହରାଇଥିବା ବେଳେ ଏବେ ମା’ଙ୍କୁ ହରାଇ ବଡ଼ପୁଅ ଜଗଦୀଶ ନାଏକ (୮ବର୍ଷ) ଅନାଥ ହୋଇଯାଇଛି।

Leave a Reply

Your email address will not be published. Required fields are marked *