ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା, ଥିଲା ୩୨ ହେଲା ୪୨ ବର୍ଷ..
ଭୁବନେଶ୍ବର: ସରକାରୀ ଚାକିରି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ ନିମନ୍ତେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା । ୩୨ରୁ ୪୨କୁ ବୃଦ୍ଧି କରାଗଲା ସରକାରୀ ଚାକିରି ପାଇଁ ବୟସ ସୀମା । କ୍ୟାବିନେଟ ବୈଠକ୍ ପରେ ମୁଖ୍ଯ ଶାସନ ସଚିବ ମନୋଜ ଆହୁଜାଙ୍କ ସୂଚନା । ରାଜ୍ୟ କ୍ୟାବିନେଟରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର । ପ୍ରଥମ ପ୍ରସ୍ତାବ ଭାବେ ରାଜ୍ୟରେ ଏଆଇ ମିଶନ୍ ଓ ଏଆଇ ସେଲ ଲାଗୁ ହେବ । ଏଆଇ କ୍ଷେତ୍ରରେ ସ୍ଟାଟପକୁ ପ୍ରୋତ୍ସାହନ ଦିଆଯିବ। ଯୋରନ୍ଦାରେ ମହିମା ଗାଦି ନିର୍ମାଣ କରାଯିବ । ଏଥିପାଇଁ ୧୭୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ । ଜଗତସିଂହପୁରରେ ଥିବା JSW ନିର୍ମାଣ କରିବ ନିଜସ୍ୱ ଜେଟି । ଏଥିପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କଲା କ୍ୟାବିନେଟ । ୩୪୫୦ ଲୋକଙ୍କୁ ନିଯୁକ୍ତି ମିଳିବ। ଓଡିଶା ଚକ୍ଷୁ ସେବା ପାଇଁ ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତୀ ଭିତରେ ୨୦୦ଟି ପଦବୀ କରାଯାଇଛି ।