ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଯାଜପୁର ସାଂସଦଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ସଚିବଙ୍କ ସହ ସାକ୍ଷାତ୍ ଆଲୋଚନା
ନୂଆଦିଲ୍ଲୀ,:
(ପି.ଏନ): ବୌଦ୍ଧ ପର୍ଯ୍ୟଟନ ମାନଚିତ୍ରରେ \’ହୀରକ ତ୍ରିଭୁଜ \'(ରତ୍ନଗିରି -ଉଦୟଗିରି-ଲଳିତଗିରି )ବୌଦ୍ଧକ୍ଷେତ୍ର, ବୌଦ୍ଧବିହାର ଭାବରେ ବିଶେଷ ପରିଚିତ ଭୂଖଣ୍ଡ ମଧ୍ୟରେ ଦିନେଥିଲା ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଯାହା ଇତିହାସ କହେ ଓ ଇତିହାସକାର କହନ୍ତି ଏବଂ ଯାହା ପାଟନାର ନାଳନ୍ଦା ବିଶ୍ୱବିଦ୍ୟାଳୟ ସମକ୍ଷକ ଥିଲା ।

ଆଜି ଦିଲ୍ଲୀରେ ଯାଜପୁର ସାଂସଦ ମାନ୍ୟବର ଶ୍ରୀଯୁକ୍ତ ରବୀନ୍ଦ୍ର ନାରାୟଣ ବେହେରା କେନ୍ଦ୍ରମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ଼ ଶିକ୍ଷା ସଚିବ ଶ୍ରୀଯୁକ୍ତ ଭିନିଥ ଯୋଶୀଙ୍କୁ ସାକ୍ଷାତ କରି ଏ ବିଷୟରେ ଅବଗତ କରାଇ ଅନ୍ୟ ଏକ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଲୋଚନା କରିଛନ୍ତି. ଆଲୋଚନାରେ ଯେ ଯାହାର ସମର୍ଥନ ଜଣାଇଛନ୍ତି ବୋଲି ସାଂସଦ ମଧ୍ୟ କହିଛନ୍ତି । ସାଂସଦ ମଧ୍ୟ ଆହୁରି କହିଛନ୍ତି ଯଦି ଏହି ପ୍ରସ୍ତାବିତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସ୍ଥାପନ ହୁଏ ତେବେ ଦେଶ ବିଦେଶରୁ ବହୁ ଜ୍ଞାନପିପାସୁ, ଜ୍ଞାନଭିକ୍ଷୁ ବିଦ୍ୟା ଲାଭ କରିବେ ଓ ଏ ଅଂଚଳର ସାଧାରଣ ଲୋକ, ବୁଦ୍ଧିଜୀବୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହେବ ।