ରାଜ୍ୟ

ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ୧୨୦୦ ଗ୍ରାମ ସୁନା, ନଗଦ ୨ ଲକ୍ଷ

ମାଲକାନଗିରି ସହରରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ମାଲକାନଗିରିରେ ଚୋରି କିମ୍ବା ଡକାୟତିର ଭୟ ନଥିଲା। ଲୋକେ ସ୍ବଚ୍ଛନ୍ଦରେ ନିଜର ସୁନା ରୂପା ଘରେ ରଖି ଦିନ ଦିନ ଧରି ବାହାରେ ରହୁଥିଲେ। କିନ୍ତୁ ଏବେ ଆଉ ଘରେ ତାଲା ପକାଇ ବାହାରକୁ ଗଲେ ଘରର ସମସ୍ତ ଜିନିଷ ଚୋରି ହେବାର ଭୟ ରହିଛି। ଆଉ ଘର ସୁରକ୍ଷିତ ନାହିଁ ବୋଲି ଆଲୋଚନା ଜୋର ଧରିଛି। 

ପୁଲିସ ରାତିରେ ପେଟ୍ରୋଲିଂ କରୁଥିଲେ ମଧ୍ୟ ଚୋର ପୁଲିସ ଆଖିରେ ଧୂଳି ଦେଇ ଚୋରି କରିବାରେ ସଫଳ ହେଉଛି। ଏହି କ୍ରମରେ ମଙ୍ଗଳବାର ରାତିରେ ଦୁଇ ଡକାୟତ ଏକ ବାଇକ୍‌ରେ ସୁନା ଦୋକାନୀ ସୁବାଷ ପଟେଲଙ୍କ ଠାରୁ ସୁନା ବ୍ୟାଗକୁ ଝାମ୍ପି ନେଇଯାଇଛନ୍ତି। ପୁଲିସକୁ ଖବର ଦେବା ପରେ ପୁଲିସର ଦୁଇ ତିନୋଟି ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। କିନ୍ତୁ ପୁଲିସ ହାତ ଖାଲି ରହିଛି।

ଘଟଣା ଅନୁଯାୟୀ ସବୁଦିନ ଭଳି ଡିଏନକେ ଛକ ନିକଟରେ ରହିଥିବା ପ୍ରସାଦ ଜ୍ବେଲରର ମାଲିକ ସୁବାସ ପଟେଲ ରାତି ୯ଟାରେ ଦୋକାନ ବନ୍ଦ କରି ଦୁଇଟି ବ୍ୟାଗରେ ସୁନା ଓ ଅନ୍ୟ ଜିନିଷ ସହ ନଗଦ ଟଂକା ନେଇ ଦୋକାନ ନିକଟରେ ଥିବା ଘରକୁ ଫେରୁଥିଲେ। ଦୋକାନ ନିକଟରୁ ତାଂକ ଘର ମାତ୍ର ୧୦୦ ମିଟର ହେବ। ଦୋକାନ ଠାରୁ ତାଂକ ଘରକୁ ଯିବା ବାଟରେ ବହୁ ଘର ପଡେ। ସାହିରେ ପ୍ରାୟତଃ ରାତିରେ ଲୋକେ ରୁଣ୍ଡ ହୋଇଥାନ୍ତି। କିନ୍ତୁ ମଙ୍ଗଳବାର ରାତିରେ ସେହି ସାହିରେ ସମସ୍ତେ ଆଇପିଏଲ କ୍ରିକେଟ ଦେଖିବାରେ ବ୍ୟସ୍ତ ଥିବା ବେଳେ ବାହାରେ କେବଳ ତିନି ଜଣ ମହିଳା ବସିଥିଲେ।

Leave a Reply

Your email address will not be published. Required fields are marked *