ଦଳାଚକଟା ସମୟର ନିର୍ଜୀବ ସାକ୍ଷୀ: ମାଳମାଳ ଜୋତା ବଖାଣୁଛି ଭୟଙ୍କର ମୃତ୍ୟୁ ତାଣ୍ଡବର କଥା… ଛିଣ୍ଡି ପଡିଛି ଘଣ୍ଟା, ଫୋନ ଓ ପର୍ସ
ବେଙ୍ଗାଲୁରୁ: ମାଟିରେ ପଡିଛି ମାଳ ମାଳ ଜୋତା… କେଉଁଠି ଚପଲ ସବୁ ଓଲଟି ପଡିଛି ତ କାହାର ଗୋଟେ ସ୍ଲିପର ଅନ୍ୟ ଏକ ପଟ ଠାରୁ ସମ୍ପର୍କ ତୁଟେଇ ଜୋତାର ଜଙ୍ଗଲ ଭିତରେ ନିଖୋଜ ହୋଇଛି… ପୁଣି କେଉଁଠି ଓଲଟି ପଡିଥିବା ଲୁହାର ବ୍ୟାରିକେଡ ଭିତରେ ଫସି ଯାଇଛି କେଉଁ କ୍ରୀଡା ପ୍ରେମୀ ପ୍ରଶଂସକର ସ୍ପୋର୍ଟ୍ସ ସୋ… ହାଏ ତା ବାପା ବହୁ କଷ୍ଟରେ ତା ପାଇଁ ମୂଲ ଲାଗି କିଣି ଦେଇଥିଲା ପିଲାଟା ଖେଳକୁ ଭଲପାଏ ତେଣୁ ସେହି ଜୋତା ପିନ୍ଧି ଖେଳିବ ବୋଲି… ଆଉ ବାଳୁଙ୍ଗାଟା ସେହି ଜୋତା ପିନ୍ଧି ତା ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ବେଙ୍ଗାଲୁରୁ ଆସିଥିଲା… କିନ୍ତୁ ଦେଖନ୍ତୁ ବାପାର ଝାଳବୁହା ଧନରେ କିଣା ହୋଇଥିବା ସେହି ଦାମୀ ଜୋତାଟା କେମିତି ସେହି ଲୁହାବାଡାରେ ଝୁଲୁଛି…