କଳିଙ୍ଗ ଆଡ଼ଭାନ୍ସ ଏଜୁକେଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଭୁବନେଶ୍ୱର : କଳିଙ୍ଗ ଆଡ଼ଭାନ୍ସ ଏଜୁକେଶନ ଚାରିଟେବୁଲ ଟ୍ରଷ୍ଟ ଏବଂ ସେଭ ଏନଭାରମେଣ୍ଟ ଓ ସେଭ ଗ୍ଳୋବ ସଂସ୍ଥାର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରାପଡ଼ା ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ ମୁଖ୍ୟଅତିଥି, ପୂର୍ବତନ ପୋଲିସ ଉପମହାନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ମଲ୍ଳିକ ମୁଖ୍ୟବକ୍ତା, ସମ୍ମାନନୀୟ ଅତିଥି ଦୈନିକ ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକିଲର ମୁଖ୍ୟ ସମ୍ପାଦକ ତଥା ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଓ ଭାରତୀୟ କ୍ଷୁଦ୍ର ମଧ୍ୟମ ଖବର କାଗଜର ରାଷ୍ଟ୍ରୀୟ ସଭାପତି ଡକ୍ଟର ପବିତ୍ରମୋହନ ସାମନ୍ତରାୟ, ଦି\’ ପାଓନିୟରର ବାର୍ତ୍ତା ସମ୍ପାଦକ ତଥା ଭାରତୀୟ ସାମ୍ବାଦିକ ମହାସଂଘର ଓଡ଼ିଶା ସଭାପତି ଶ୍ରୀ ସୁଜ୍ଞାନ ଚୌଧୁରୀ ପ୍ରମୁଖ ପ୍ଲାଷ୍ଟିକ ପ୍ରଦ୍ୟୁଷଣକୁ ହଟାଅ ବିଷୟରେ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ ତଥା ପଦାର୍ଥ ବିଜ୍ଞାନୀ ଡକ୍ଟର ସୁଶାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଂ ପ୍ରଭାତ ବେହେରା, ଡକ୍ଟର ସତ୍ୟନାରାୟଣ ସାହୁ, ଦୀନବନ୍ଧୁ ଦାସ, ହବିବୁଲ୍ଲା ଖାଁ ଏବଂ ଶଶୀ ଫାଉଣ୍ଡେସନକୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନେକ ପରିବେଶ ପ୍ରେମୀ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ । ଶ୍ରୀମତୀ ବନଶ୍ରୀ ମହାପାତ୍ର, ସୁଶ୍ରୀ ସେନାଲି, ଦୀପ୍ତି ପରିଡ଼ା ଏବଂ ଜ୍ଞାନରଞ୍ଜନ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସମସ୍ତ ଅତିଥି ଏବଂ ପୁରସ୍କୃତ ବ୍ୟକ୍ତିମାନଙ୍କୁ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ କୌଣସି ପ୍ଲାଷ୍ଟିକ ଜନିତ ବସ୍ତୁ ବା ସାମଗ୍ରୀ ବ୍ୟବହୃତ ହୋଇନଥିଲା ।