ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦିଆଯିବ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦିଆଯିବ। ଏନେଇ ସରକାର ସ୍ଥିର କରିଛନ୍ତି। ବାଲି ଚେରାଚାଲାଣ ରୋକିବା ପାଇଁ ନୂଆ ଏସଓପି ଆସିବ। ଏଣେ ବାଲି ଚୋରି ରୋକିବା ଲାଗି ନୂଆ ଏସଓପି ଆସିବ। ଏଥିଲାଗି କ୍ୟାବିନେଟରେ ଆଲୋଚନା ହୋଇଛି। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗରିବ ଲୋକଙ୍କୁ ମାଗଣାରେ ବାଲି ଦିଆଗଲେ ସେମାନେ ଘର ଖଣ୍ଡେ ସହଜରେ ତିଆରି କରିପାରିବେ। ସେମାନଙ୍କୁ ପରମିଟ୍ ଇସ୍ୟୁ କରାଯିବ, ଯାହାଦ୍ବାରା ଗରିବ ଲୋକେ ବାଲି ମାଗଣାରେ ଆଣିପାରିବେ। ନଦୀ ଭିତରୁ ପଶି ବାଲି କାଢ଼ିବା ବନ୍ଦ ହେବ। ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଏତେ ଲୋଡ଼ ନେଇପାରୁନାହିଁ । ଏହା ନଷ୍ଟ ହେଉଛି । ତେଣୁ  କେତେ ଓଜନର ବାଲି ଗାଡ଼ି ଯାଉଛି । ତେଣୁ ଏସବୁକୁ  ନେଇ ନୂଆ ଏସଓପି ଆସିବାକୁ ଯାଉଛି । ଏଥିସହ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି , ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜିଖୋଜି ଦଣ୍ଡ ଦିଆଯିବ ।

Leave a Reply

Your email address will not be published. Required fields are marked *