ରାଜ୍ୟ

ନିର୍ମାଣ ବେଳେ କଟକରେ ପୁଣି ଅଘଟଣ: ୬ ମହଲା କୋଠାରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ପୁଣି ଅଘଟଣ ଘଟିଛି କଟକ ସହରରେ। କ୍ୟାଣ୍ଟେନ୍‌ମେଣ୍ଟ ଥାନା ଅଧୀନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏକ ଅଘଟଣ ଘଟିଛି। ଏଠାରେ ଚାଲିଥିବା ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁଜୟ କୁମାର (୨୦)। ସେ ବିହାର ନିବାସୀ ଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଟକ ବଡ଼ଡାକ୍ତରଖାନା ନିଆଯାଇଛି। 

କଟକରେ ନିର୍ମାଣ କାମରେ ଅଘଟଣ ଘଟିବା ନୂଆ କଥା ନୁହେଁ। ବାରମ୍ବାର ଏହି ଭଳି ଅଘଟଣ ଘଟୁଛି। ବିଗତ ଦିନରେ ନିର୍ମାଣ କାମରେ ଦୁର୍ଘଟଣା ଯୋଗୁଁ ଅନେକ ଶ୍ରମିକଙ୍କର ମୃତ୍ୟୁ ଘଟିଛି। 

ଶୈଳବାଳା ମହିଳା ସ୍ବୟଂଶାସତ ମହାବିଦ୍ୟାଳୟର ଉନ୍ନତ ଭିତ୍ତିଭୂମି ପାଇଁ ନିର୍ମାଣ କାମ ଜାରି ରହିଛି। ଏଠାରେ ଏକ ଛଅ ମହଲା କୋଠାର କାମ ଚାଲିଛି। ଅନ୍ୟ ଦିନ ଭଳି ଏହି ଛଅ ମହଲା କୋଠାରେ ଆଜି ମଧ୍ୟ ଶ୍ରମିକମାନେ କାମ କରୁଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଆ ସମେତ କିଛି ବିହାରର ଯୁବକ ମଧ୍ୟ ସାମିଲ ଥିଲେ। ତେବେ ସନ୍ଧ୍ୟା ସମୟରେ ନିର୍ମାଣ ବେଳେ ଅଘଟଣ ଘଟିଥିଲା। ବିହାର ନିବାସୀ ସୁଜୟ କୁମାର କୌଣସି ମତେ ୬ ମହଲା କୋଠାରୁ ଖସି ପଡ଼ିଥିଲେ।  

ସୂଚନାଯୋଗ୍ୟ, କଟକରେ ନିର୍ମାଣାଧୀନ କାମରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ ହେବା ନୂଆ କଥା ନୁହେଁ। ଗତମାସ ୪ ତାରିଖରେ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଥିଲା। ଘଟଣା ଦିନ ବ୍ରିଜ୍‌ ଉପରେ କିଛି

Leave a Reply

Your email address will not be published. Required fields are marked *