ସାମାଜିକ ବାସନ୍ଦ ପରେ ଏସ୍ପିଙ୍କ ଦ୍ବାରସ୍ଥ ହେଲେ ୧୫ପରିବାର
କୋଡିଙ୍ଗା ଥାନା ଅର୍ନ୍ତଗତ ବାଙ୍କୁଲି ଗାଁର ର୍ସ୍ବଗତ ମାରୁ ଭତରାଙ୍କ ୪ପୁଅ ରତନ ଭତରା, ଅର୍ଜୁନ ଭତରା, ପତି ଭତରା, ପଦଲାମ ଭତରା, ସ୍ଵର୍ଗତ କୁଶ ଭତରାଙ୍କ ଦୁଇ ପୁଅ ଡମୁ ଭତରା, ସ୍ବର୍ଗତ କୁଶ ଭତରାଙ୍କ ପୁଅ ସଦା ଭତରା ଏଭଳି ଛଅ ଭାଇଙ୍କ ୧୫ ଗୋଟି ପରିବାରର ୭୫ ଜଣ ସଦସ୍ୟଙ୍କୁ ଏକ ମାସ ହେବ ସାମାଜିକ ବାସନ୍ଦ କରାଯାଇଛି ବୋଲି ପରିବାରର ୧୦ଜଣ ସଦସ୍ୟ ଆଜି ସଂଧ୍ୟାରେ ଏସପି ଏମ୍ ସମ୍ପଦ ସମ୍ପତ୍ତଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଏମାନଙ୍କ ୨୦ଏକର ଜମିକୁ କଟାଗାଁର ଜୈନେକ ବ୍ୟକ୍ତି ବଳପୂର୍ବକ ଗତ ୧୦ତାରିଖରୁ ଟ୍ରାକ୍ଟର ଲଗାଇ ଧାନ ବିହନ ବୁଣିବା ସହ ହତ୍ୟାଧମକ ଦେଇଥିବା ଏବଂ ଗତ ୩ଦିନ ହେବ ଏମାନଙ୍କ ଗାଈଗୋରୁ ଆଦି କେହି ଚରାଉନଥିବା ଏମାନେ କହିଛନ୍ତି। ଗତ ତିନିଦିନ ହେବ କୋଡ଼ିଙ୍ଗା ଥାନାରେ ଏତଲା ଦେବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଏମାନେ ଅଭିଯୋଗ କରିଛନ୍ତି।
ଆଜି ଏହି ପରିବାରର ୧୦ଜଣ ସଦସ୍ୟ ରଘୁନାଥ ଭତରା, ଭଗବାନ ଭତରା, ଲମ୍ବୋଧର ଭତରା, ଦେବେନ୍ଦ୍ର ଭତରା, ବୋଲ ଭତରା, କୁମର ଭତରା, ପିତମ ଭତରା, ଡମୁ ଭତରା, ପଦଲାମ ଭତରା, ସଦା ଭତରାଙ୍କୁ ନେଇ କଂଗ୍ରେସର ବରିଷ୍ଠ ନେତା ମୁନ୍ନା ତ୍ରିପାଠୀ ଏସପିଙ୍କୁ ଭେଟାଇ ଆଲୋଚନା କରିଛନ୍ତି। ଏସପିଙ୍କ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଆସିଥିବା କୋଡିଙ୍ଗା ଥାନା ଅଧିକାରୀଙ୍କୁ ତୁରନ୍ତ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରକାଶଯୋଗ୍ୟ, ର୍ସ୍ବଗତ ସୁକୁଳ ଭତରାଙ୍କ ନାଁରେ ୨୦ଏକର ଜମି ରହିଛି। ତାଙ୍କର ୪ପୁଅ ସ୍ବର୍ଗତ ମାରୁ, ସ୍ବର୍ଗତ ଲକ୍ଷ୍ମୀଧର, ସ୍ବର୍ଗତ ସମ୍ଭାରୁ ଓ ସ୍ବର୍ଗତ ବୁଟି। ସ୍ବର୍ଗତ ମାରୁଙ୍କ ୪ପୁଅ ରତନ, ଅର୍ଜୁନ, ପତି, ପଦଲାମ,ଏବଂ ସ୍ବର୍ଗତ ଲକ୍ଷ୍ମୀଧରଙ୍କ ଦୁଇ ପୁଅ ଡମୁ ଓ ସ୍ବର୍ଗତ କୁଶ। ଅନ୍ୟ ଦୁଇ ଭାଇ ସ୍ବର୍ଗତ ସମ୍ଭାରୁ ଓ ସ୍ବର୍ଗତ ବୁଟିଙ୍କର କେହି ପିଲା ଛୁଆ ନାହାନ୍ତି। ଅପରପକ୍ଷରେ କୋଟାଗାଁର ଜୈନେକ ବ୍ୟକ୍ତି ଜାଲ୍ ଆଧାରକାର୍ଡ, ଭୋଟର ପରିଚୟପତ୍ର ଏବଂ ଜମି ପଟା ମୃତ ସମ୍ବାରୁଙ୍କ ନାଁରେ କରି ଦୀର୍ଘ ଦିନ ହେବ ଜମି ଗୁଡିକ ତାଙ୍କର ବୋଲି ଦାବି କରି ଆସୁଛି। ଏ ନେଇ ଉଭୟ ପକ୍ଷର ଜମି ଜମା ମାମଲା ନବରଙ୍ଗପୁର ସିଭିଲ ଜଜ୍ କୋର୍ଟରେ ବିଚାରାଧୀନ ରହିଛି।