ଅଦିନିଆ ରଥଯାତ୍ରା କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଆଇନମନ୍ତ୍ରୀ
ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଗିଦ୍ କରିଛନ୍ତି। ଯେଉଁମାନେ ରଥଯାତ୍ରା ଆୟୋଜନ କରିବାକୁ ଚାହାନ୍ତି, ସେମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଏହା କରିବା ଉଚିତ୍।
ଯଦି କୌଣସି ସଂଗଠନ ଅଦିନିଆ ରଥଯାତ୍ରା କରୁଥିବାର ଦେଖାଯାଏ, ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇଛି। ଏହା ସହିତ, ଗଜପତି ମହାରାଜା ଇସ୍କନକୁ ଏକ ଚିଠି ଲେଖି ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି।