ଯୁବକଙ୍କୁ ହାତ-ଗୋଡ଼ରେ ବେଡ଼ି ପକାଇବା ମାମଲା: ଭୋଗରାଇ ଆଇଆଇସି ନିଲମ୍ବିତ
ଭୋଗରାଇ: ଜଣେ ଯୁବକଙ୍କ ବିରୋଧରେ ବେଆଇନ ଭାବେ କାର୍ଯ୍ୟାନୁଷ୍ଠାନ ନେବା ମାମଲାରେ ବାଲେଶ୍ବର ଆରକ୍ଷୀ ଅଧୀକ୍ଷକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିନା ମାମଲାରେ ଯୁବକଙ୍କୁ ଦୁଇ ଦିନ ଯାଏଁ ହାତ-ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ନିଲମ୍ବିତ ହୋଇଛନ୍ତି।
ସୂଚନାଯୋଗ୍ୟ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଶ୍ରୀ ସାହୁ ଅଟକ ରଖିଥିଲେ। ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପହଞ୍ଚି ଏସପିଙ୍କ ସହିତ ଭିଡ଼ିଓ କଲରେ ଦେଖାଇବା ପରେ ଥାନା ଅଧିକାରୀ ଯୁବକଙ୍କୁ ଛାଡ଼ିଥିଲେ।
ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳ ଏକ ବାଇକ୍ ଅଦଳବଦଳକୁ କେନ୍ଦ୍ରକରି ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜୟନ୍ତୀ ଦତ୍ତ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ଯୁବକଙ୍କୁ ଗତକାଲି ଭୋଗରାଇ ପୁଲିସ ଉଠାଇ ଆଣି ଥାନାରେ ହାତ ଓ ଗୋଡ଼ରେ ବେଡ଼ି ପକାଇ ଅଟକ ରଖିଥିଲେ। ମାତ୍ର ଦୁଇ ଦିନ ଧରି ଯୁବକଙ୍କୁ ଏମିତି ଘଟଣା ସଂପର୍କରେ ଖବର ପହଞ୍ଚିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପାଖରେ ପହଂଚିବା ପରେ ଭୋଗରାଇ ଥାନାକୁ ଆସି ଘଟଣାର ସତ୍ୟାସତ ଦେଖିଥିଲେ।