ରାଜ୍ୟ

ଓଡ଼ିଶା ମାଟିରୁ ମାଓବାଦୀଙ୍କୁ ଚେତାବନୀ ଦେଲେ ମୋଦୀ: କହିଲେ, ମାଓମୁକ୍ତ ହେବ ଭାରତ- ଏହା ମୋଦୀ ଗ୍ୟାରେଣ୍ଟି.

ଭୁବନେଶ୍ଵର: ଦେଶରୁ ମୂଳପୋଛ ହେବ ନକ୍ସଲବାଦ, ମାଓମୁକ୍ତ ହେବ ଭାରତ । ଆଦିବାସୀ ଇଲାକାରେ ହିଂସା ଘଟିବନି ବରଂ ବିକାଶର ନୂଆ ଗଙ୍ଗା ବହିବ । ଏହା ମୋଦୀର ଗ୍ୟାରେଣ୍ଟି ବୋଲି କହି ପୁଣି ଥରେ ଓଡିଶାରୁ ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସମୟ ଥିଲା ଦେଶରେ ମାଓ ହିଂସା ବଢିବାରେ ଲାଗିଥିଲା । ପ୍ରତଦିନ ମାଓବାଦୀଙ୍କ ବର୍ବରକାଣ୍ଡର ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲା । କେଉଁଠି ଟିଫିନ ବୋମା ବିସ୍ଫୋରଣ ତ କେଉଁଠି ନିରୀହ ଲୋକଙ୍କୁ ଗୁଳି କରି କିମ୍ବା ଗଳା କାଟି ହତ୍ୟା କରାଯାଉଥିଲା । ହେଲେ ଏବେ ମାଓବାଦୀଙ୍କୁ ନିସ୍ତାର ଦେଉନାହାନ୍ତି ମୋଦୀ ସରକାର । ଗୋଡେଇ ଗୋଡେଇ ଜଣ ଜଣ କରି ମାଓବାଦୀଙ୍କୁ ନିପାତ କରାଯାଉଛି । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦିଆଯାଉଥିବା ବେଳେ ମାଓବାଦୀଙ୍କ ଉପରେ କଠୋର ଆକ୍ସନ ଫଳରେ ଭୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *