ରାଜ୍ୟ

ରାଷ୍ଟ୍ରପତିଙ୍କ ନିରାମୟ ଓ ଦୀର୍ଘାୟୁ ଜୀବନ ପାଇଁ ପ୍ରାର୍ଥନା କଲେ ଗ୍ରାମବାସୀ

ରାଇରଙ୍ଗପୁର/ବାଦାମପାହାଡ଼/ସୁଲେଇପାଟ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଉତ୍ସବମୁଖର ହୋଇଛି ପାହାଡ଼ପୁର ଗ୍ରାମ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକର ପାହାଡ଼ପୁର ଗ୍ରାମରେ ଦୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଆଦିବାସୀ ପାରମ୍ପାରିକ ନୃତ୍ୟ ଓ ଧମସା ବାଦ୍ୟରେ ଦୁଲୁକି ଉଠିଲା ପାହାଡ଼ପୁର ସମେତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ। ଓଡ଼ିଶାର ଗର୍ବ ଓ ଗୌରବ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ୬୩ ତମ ଜନ୍ମଦିବସ। ସେ ୧୯୫୮ ମସିହା ଜୁନ୍ ୨୦ ରେ ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ାରେ ଜନ୍ମଗ୍ରହଣ କରିଥିବା ଦେଶର ଏହି ପ୍ରଥମ ନାଗରିକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଜନ୍ମଦିନ ଅବସରରେ ସଜେଇ ହୋଇଛି ତାଙ୍କର ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମାରକୀ ଉଦ୍ୟେଶ୍ୟରେ ଗଢି ଉଠିଥିବା ଏସଏଲଏସ ବିଦ୍ୟାଳୟ। ତାଙ୍କର ଶଶୁର ଘର ଗାଁ ପାହାଡ଼ପୁରରେ ଥିବା ଏଲ୍ ଏଣ୍ଡ ଟି ହବ୍ ଦକ୍ଷତା ବିକାଶ କେନ୍ଦ୍ରରେ ମଧ୍ୟ ଖୁବ ଉତ୍ସାହର ସହିତ ଜନ୍ମଦିନ ପାଳନ ହୋଇଛି।

Leave a Reply

Your email address will not be published. Required fields are marked *