ରାଜ୍ୟ

ବଡ଼ସାହି ବିଧାୟକ ଶୁଣିବେ ଜନସାଧାରଣଙ୍କ ଅଭିଯୋଗ

ବୈଶିଙ୍ଗା: ବଡ଼ସାହି ବିଧାୟକ ସନାତନ ବିଜୁଳି ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ଏକାଧିକ ବିଧାୟକ ନିଜ କାର୍ଯ୍ୟକାଳ ପୂରଣ କରି ଚାଲି ଯାଇଥିବାବେଳେ  ପ୍ରଥମ ଥର ପାଇଁ ବିଧାୟକ ଓ ଜନତାଙ୍କ ମଧ୍ୟରେ ଥିବା ଦୂରତା ହଟିବ।

ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲାସ୍ତରରେ ମନ୍ତ୍ରୀଙ୍କ ମିଳିତ ଜନଶୁଣାଣି ଅଭିଯାନ ଭଳି ଏହି କାର୍ଯ୍ୟ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଆସନ୍ତା ଜୁନ୍ ୨୫ତାରିଖ ବୁଧବାର ଦିନ ପୂର୍ବାହ୍ନ ୧୦ ଟାରେ ବ୍ଲକ ପରିସରରେ ଆରମ୍ଭ ହେବ। ବ୍ଲକ ପରିସରରେ ଜନତା ଦରବାର ଅନୁଷ୍ଠିତ ହେବ। ଦୀର୍ଘବର୍ଷ ପରେ ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକମାନେ ଏବେ ନିଜ ସମସ୍ୟା ବିଧାୟକଙ୍କୁ ସିଧାସଳଖ ଜଣାଇ ପାରିବେ।

ବିଧାୟକ ଅଭିଯୋଗ ଶୁଣି ସବୁ ସମସ୍ୟାର ସମାଧାନ ସେହି ଘଟଣା ସ୍ଥଳରେ ହିଁ କରିବା ପାଇଁ ଚେଷ୍ଟା କରିବେ ବୋଲି ଆଶ୍ବାସନା ଦେଇଛନ୍ତି।  

Leave a Reply

Your email address will not be published. Required fields are marked *