ରାଜ୍ୟ

ନନ୍ଦିଘୋଷକୁ ଶରଧାବାଲି ଅଭିମୁଖେ ହର୍ଷୋଲ୍ଲାସର ସହ ଟାଣି ନେଉଛନ୍ତି ଭକ୍ତ

ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ଶରଧାବାଲି ଅଭିମୁଖେ ବାହାରିଛନ୍ତି। କାଳିଆ ଠାକୁରଙ୍କ ନନ୍ଦିଘୋଷଙ୍କୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣିଟାଣି ନେଉଛନ୍ତି। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଭିତରେ ହରିବୋଲ ଓ ହୁଳିହୁଳି ସହିତ ଘଣ୍ଟ, ଶଙ୍ଖରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। 

ନନ୍ଦିଘୋଷ ପୂର୍ବରୁ ଦେବୀ ସୁଭଦ୍ରା ନିଜର ଦର୍ପଦଳନରେ ଆଗକୁ ବଢ଼ିଥିଲା। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କର ତାଳଧ୍ବଜ ସିଂହଦ୍ବାର ସାମ୍ନାରୁ ବାହାରି ଥିଲା।  

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ତିନିରଥ ଗଡୁଛି। ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା। ଚାରମାଳ ଫିଟା ସରିବା ପରେ  ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ରଥଯାତ୍ରାର ଆକର୍ଷଣୀୟ ଦୃଶ୍ୟ ‘ରଥ’ ଗଡ଼ିଛି।

ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଦେବଙ୍କର ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ପ୍ରଥମେ ବାହାରି ଥିଲା। ପାଇଁ ବଡ଼ଦାଣ୍ଡ ଭକ୍ତିମୟ ହୋଇଛି। ତାଳଧ୍ବଜଙ୍କୁ ଟାଣିଟାଣି ନେବା ବେଳେ ଭକ୍ତମାନେ ହରିବୋଲ ଓ ହୁଳହୁଳିରେ କମ୍ପନ ସୃଷ୍ଟି କରୁଛନ୍ତି। ବହୁ ସମୟ ଧରି ଅପେକ୍ଷାରେ ଥିବା ଭକ୍ତମାନେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ରଙ୍କ ରଥକୁ ଟାଣିଟାଣି ନେଉଛନ୍ତି। 

Leave a Reply

Your email address will not be published. Required fields are marked *