ଆସନ୍ତାକାଲି ଶ୍ରୀଜିଉଙ୍କ ଆଡ଼ପ ବିଜେ: ଜନ୍ମବେଦିକୁ ବିଜେ କରିବେ ମହାପ୍ରଭୁ
ଶ୍ରୀଜିଉମାନେ ଆଜି ରଥାରୁଢ଼ ହୋଇ ଆଜି ଅପରାହ୍ଣରେ ଶରଧାବାଲିରେ ପହଞ୍ଚି ସାରିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ସନ୍ଧ୍ୟା ସମୟରେ ରଥ ଉପରେ ମହାପ୍ରଭୁ ବିରାଜମାନ କରିଥିବା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆନନ୍ଦ ପ୍ରଦାନ କରୁଛି। ଶରଧାବାଲିରେ ଆଜି ଲୋକାରଣ୍ୟ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ବିଳମ୍ବିତ ରାତି ଯାଏ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା ରଖିଛନ୍ତି।