ରାଜ୍ୟ

ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ: ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶରଧାବାଲି ଜନସମୁଦ୍ର

ଶ୍ରୀଜିଉମାନେ ଆଡପ ମଣ୍ଡପକୁ ବିଜେ କରୁଛନ୍ତି। ମହାବାହୁ ତିନି ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଆଜି ଜନ୍ମବେଦିରେ ବିରାଜମାନ କରୁଛନ୍ତି। କାଲି (ସୋମବାର) ଠାରୁ ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ।

ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ଜାରି ରହିଛି। ଶ୍ରୀସୁଦର୍ଶନ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଶ୍ରୀସୁଦର୍ଶନଙ୍କ ପରେ ବଡ଼ଠାକୁର ଜନ୍ମବେଦିକୁ ବିରାଜମାନ କରିଛନ୍ତି। ଏହା ପରେ ଦେବୀ ମା’ ସୁଭଦ୍ରା ମଧ୍ୟ ଆଡ଼ପ ବିଜେ କରିସାରିଥିବା ବେଳେ ମହାପ୍ରଭୁଙ୍କ ପହଣ୍ଡି ଜାରି ରହିଛି। ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ଶରଧାବାଲି ଶ୍ରଦ୍ଧାଳୁଙ୍କ ଦ୍ବାରା ଜନସମୁଦ୍ର ପାଲଟିଛି। ତିନି ରଥ ସାମ୍ନାରେ ଏକ ବିଶାଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଜୟ ଜଗନ୍ନାଥ ଧ୍ବନୀରେ ଶରଧାବାଲି ପ୍ରକମ୍ପିତ ହେଉଛି। 

ଶ୍ରୀଜିଉମାନେ ଶନିବାର ଅପରାହ୍‌ଣ ସୁଦ୍ଧା ରଥାରୁଢ଼ ହୋଇ ଶରଧାବାଲିରେ ପହଞ୍ଚିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ସନ୍ଧ୍ୟା ସମୟରେ ରଥ ଉପରେ ମହାପ୍ରଭୁ ବିରାଜମାନ କରିଥିବା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆନନ୍ଦ ପ୍ରଦାନ କରୁଛି। ଶରଧାବାଲିରେ ଆଜି ମଧ୍ୟ ଲୋକାରଣ୍ୟ ଦେଖାଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। 

Leave a Reply

Your email address will not be published. Required fields are marked *