ବାହୁଡ଼ାଯାତ୍ରା ଓ ସୁନାବେଶ ସହ ନୀଳାଦ୍ରି ବିଜେ’ରେ ତ୍ରୁଟି ନହେବାକୁ ଗୁରୁତ୍ବ ଦିଆଯାଉଛି
ମହାପ୍ରଭୁଙ୍କ ଶୃଙ୍ଖଳିତ ଯାତ୍ରା ଓ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପୁରୀରେ ପ୍ରଶାସନିକ ଅଧିକାରୀ, ସେବାୟତ ଓ ବିିଭିନ୍ନ ନିଯୋଗ ସହିତ ସମୀକ୍ଷା ବୈଠକ କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଆମ ଆଗରେ ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଭଳି ବଡ଼ ଯାତ୍ରାର ପରିଚାଳନା ପାଇଁ ଚ୍ୟାଲେଞ୍ଜ ରହିଛି। ଏହି ତିନି ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ସମାଗମ ହେବ। ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଟ୍ରାଫିକ୍ର ସୁପରିଚାଳନା ପାଇଁ ଆଲୋଚନା ହୋଇଛି।