ନବମୀ ସନ୍ଧ୍ୟା ଦର୍ଶନରୁ ମିଳିଥାଏ ପୂଣ୍ୟ, ଶ୍ରଦ୍ଧାଳୁ କରିଛନ୍ତି ଅପେକ୍ଷା
ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ସମ୍ପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସନ୍ଧ୍ୟା ଦର୍ଶନରୁ ମିଳିଥାଏ ବୋଲି ବିଶ୍ବାସ ରହିଛି। ମହାପ୍ରଭୁଙ୍କ ଏହି ବିରଳ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଅପେକ୍ଷାରତ ଅଛନ୍ତି। ଏଥି ପାଇଁ ଶ୍ରଦ୍ଧାଳୁମାନେ ଆଜିଠାରୁ ପୁରୀ ମୁହାଁ ହୋଇଛନ୍ତି।
ଶରଧାବାଲିର ଜନ୍ମବେଦୀରେ ଆୟୋଜନ କରାଯାଉଥିବା ଏହି ଦର୍ଶନ ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶରଧାବାଲିରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।