ଜଗଦଳା ପୋଲ ଉପରେ ବର୍ଷାଜଳ: ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ
ପଦ୍ମପୁର: ଲଗାଣ ବର୍ଷା ଯୋଗୁ କେନ୍ଦୁଝରଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ଠାରୁ ନଈଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଜଗଦଳା ପୋଲ ଉପରେ ୪ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି। ଶନିବାର ଦିନ ତମାମ ବର୍ଷା ଲାଗି ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଜଗଦଳା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦୁଇଟି ପଞ୍ଚାୟତ କଣ୍ଡରାପଶି ଏବଂ ପର୍ଜନପୁର ମୁଖ୍ୟାଳୟକୁ ଯୋଡ଼ୁଥିବା ରାସ୍ତା ଦେଇ ଯୋଗାଯୋଗ ଏକଦମ୍ ଠପ୍ ହୋଇପଡ଼ିଛି। ରବିବାର ଅପରାହ୍ନ ୨ଟା ସୁଦ୍ଧା ଜଳସ୍ତର କମି ନଥିବାରୁ ଉଭୟପଟୁ ଯାତାୟତ ବାଧାପ୍ରାପ୍ତ ହୋଇଛି।