ଜଣା ଅଜଣା ଜଗନ୍ନାଥ: ମଙ୍ଗଳାର୍ପଣ ! ଶ୍ରୀଗୁଣ୍ଡିଚା ଯାତ୍ରାର ଅନନ୍ୟ ବିଧି, କଣ ଏହାର ମହାତ୍ମ୍ୟ ? ଜାଣନ୍ତୁ..
ପ୍ରାଚୀନ ସମୟରୁ ଶ୍ରୀମନ୍ଦିରରେ କେତେକ ନିର୍ଦ୍ଦିଷ୍ଟ ଯାନି ଯାତ୍ରା ପାଳନ ଅବସରରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ । ଏହି ବିଶେଷ ନୀତି ମୁଖ୍ୟତଃ ସ୍ନାନ ଯାତ୍ରା(ଜ୍ୟେଷ୍ଠ ପୂର୍ଣିମା) ଦିନ ରତ୍ନସିଂହାସନରୁ ପହଣ୍ଡି ବିଜେ ପୂର୍ବରୁ, ରଥଯାତ୍ରା ଦିନ ଅଣସର ପିଣ୍ଡିରୁ ରଥକୁ ପହଣ୍ଡି ବିଜେ ପୂର୍ବରୁ, ବାହୁଡ଼ା ଯାତ୍ରା ଦିନ ଗୁଣ୍ଡିଚା ମନ୍ଦିର ସିଂହାସନରେ ପହଣ୍ଡି ବିଜେ ପୂର୍ବରୁ, କୁମାର ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ ଉତ୍ସବ ଉପଲକ୍ଷେ ସମୁଦାୟ ପାଞ୍ଚଥର ଏହି ବିଶେଷ ନୀତି ପାଳିତହୋଇଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଶ୍ରୀମନ୍ଦିର ଶବ୍ଦାବଳୀ, ପୁରୀବୋଲି ଓ ଶ୍ରୀଜଗନ୍ନାଥ ଶବ୍ଦକୋଷ ଇତ୍ୟାଦି ଗ୍ରନ୍ଥମାନଙ୍କରେ ଉଲ୍ଲେଖ ପ୍ରକାରେ ମଙ୍ଗଳାରୋପଣ ବା ମଙ୍ଗଳାର୍ପଣ ଅର୍ଥ ମଙ୍ଗଳାକାମନା କରି କରାଯାଉଥଥିବା ବିଧି । ଏଥରେ ଷୋଡ଼ଶ ଦ୍ରବ୍ଯ ଅଭିମନ୍ତ୍ରିତ କରାଯାଇ (ଦେବତା, ରାଜାଦିଙ୍କୁ) ଅର୍ପଣ କରାଯାଇଥାଏ । ଉତ୍କଳ ରାଜ୍ୟର ପରମ୍ପରାରେ ରାଜାମାନେ ସିଂହାସନ ଆରୋହଣ ଓ ଯଜ୍ଞାଦି କାର୍ଯ୍ୟ ନିମିତ୍ତ ମଙ୍ଗଳ କର୍ମରେ କରାଯାଉଥିବା ବିଧି ‘ମଙ୍ଗଳାର୍ପଣ ବା ମଙ୍ଗଳାରୋପଣ’ ନାମରେ ଅଭିହିତ ଅଟେ । ସେହିପରି ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କର ପହଣ୍ଡି ବିଜୟର ଅବ୍ୟବହିତ ପୂର୍ବରୁ ବୈଦିକ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ । ଏ ସମ୍ପର୍କରେ କୁହାଯାଇଛି ଯେ –
“ ଅଥାଚାର୍ଯ୍ୟସ୍ତୁ ବିଧିନା ମଙ୍ଗଳାରୋପଣଂ ହରେଃ ।
ଅଗ୍ନିଶର୍ମା ବଳସ୍ୟାପି ବ୍ରହ୍ମା ଦେବ୍ୟାଃ ସମାଚରେତ୍ ।।”
ମଙ୍ଗଳାରୋପଣର ଅନ୍ୟ ଏକ ଅର୍ଥରେ ବର୍ଣ୍ଣନା ରହିଛି ଯେ, ବିବାହ ଓ ବ୍ରତ କର୍ମର ପ୍ରାରମ୍ଭିକ କର୍ମ । ନୂତନ କାର୍ଯ୍ୟର ପ୍ରାରମ୍ଭିକ କର୍ମ ଯାହା ହୋଇସାରିଲା ପରେ ଅଶୌଚାଦି ଘଟିଲେ ମଧ୍ୟ ବିବାହ, ବ୍ରତ ଆଦି କର୍ମ ବନ୍ଦ ହୁଏନାହିଁ । ସେହିପରି ଶ୍ରୀମନ୍ଦିର ପରମ୍ପରାରେ ବ୍ରାହ୍ମଣ ସେବକମାନଙ୍କ ‘ଶାଢ଼ୀବନ୍ଧା’ ଦିନ ତାଙ୍କର ନିଜସ୍ୱ ଗୃହରେ ପୁରୋହିତଙ୍କ