ରାଜ୍ୟ

ପୁରୀ ପାଇଁ ସରକାର ବଡ଼ ଯୋଜନା କରୁଛନ୍ତି: ଆଇନମନ୍ତ୍ରୀ

ଭୁବନେଶ୍ବର: ପୁରୀ ପାଇଁ ସରକାର ବଡ଼ ଯୋଜନା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମେଗା ପ୍ଲାନ୍ କରାଯାଉଛି।  ଏକା ସାଙ୍ଗରେ ୨୫ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି।

ଚଳିତ ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ପରେ ଆସନ୍ତା ବର୍ଷମାନଙ୍କ ପାଇଁ ବଡ଼ ଯୋଜନା ରାଜ୍ୟ ସରକାର କରୁଛନ୍ତି। ଏ ନେଇ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। 

ଅଧିକ ପଢ଼ନ୍ତୁ:ଲମ୍ବା ଇନିଂସ ଖେଳିବ ବିଜେପି ସରକାର: ମନମାହନ

ସରକାର ଆକଳନ କରିଛନ୍ତି ଆସନ୍ତା ବର୍ଷମାନଙ୍କରେ ଏହି ସଂଖ୍ୟା ଆହୁରି ବଢିବ । ଯାହାକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି 

Leave a Reply

Your email address will not be published. Required fields are marked *