ରାଜ୍ୟ

ବରଗଡ ପଞ୍ଚାୟତ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବହୁ ଚର୍ଚ୍ଚିତ ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ବରଗଡ଼ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ଠାରେ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ କଲେଜର ଅଧ୍ୟକ୍ଷ ଡ଼.ନକୁଳ ସେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ କମିଟିର ସଦସ୍ୟ ଡ.ସୂର୍ଯ୍ୟକାନ୍ତୀ ସିକନ୍ଦରଙ୍କ ସମେତ ଡ଼.ବିଦୁତ୍ୟ ପ୍ରଭା ମହାନ୍ତି, ଶ୍ରୀମତୀ ରାଜଶ୍ରୀ ଭଞ୍ଜ, କମିଟିର ଆଇନ ପରାମର୍ଶଦାତା ଆଡଭୋକେଟ ବିମଳ କୁମାର ଦାଶ, ପ୍ରାଧ୍ୟାପକ ଉମେଶ ମହାପାତ୍ର, ଏବ୍ଲିନ ନମିତା ବା, ଡିଲେଶ୍ୱରୀ ବରିହା, ପଙ୍କଜିନି ବରିହା, ବାସନ୍ତୀ ଓରାମ ଏବଂ ଓଡ଼ିଶା ଅବିଭାବକ ମହସଂଘ ବରଗଡ଼ ଜିଲ୍ଲା ସଂପାଦକ ଗୋପୀନାଥ ସାହୁ ପ୍ରମୁଖ ଉପସ୍ଥିତି ରହି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନର ଉଦ୍ଦେଶ୍ୟ,

ଉପକାରିତା ଏବଂ ଏହାର କାର୍ଯ୍ୟ ଦକ୍ଷତା ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ଉପସ୍ଥିତ ସଦସ୍ୟମାନେ ଯୌନ ଉତ୍ପୀଡନର ନିରାକରଣ ଓ ସଚେତନତା ଉପରେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଆଗାମୀ

ଦିନରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଏଦିଗରେ ସଭାସମିତି ଓ ଶୋଭାଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କଲେଜ ଅଧ୍ୟକ୍ଷ ଡ଼. ନକୁଲ ସେଟ ବାଲେଶ୍ଵର ଫକିର ମୋହନ ବିଶ୍ଵ ବିଦ୍ୟାଳୟ ର ଛାତ୍ରୀ ଆତ୍ମ ହତ୍ୟା ଘଟଣl ର ଯେପରି ପୁନରାବୃତ୍ତି ନ ହେବ ତା ଉପରେ ସମସ୍ତେ ଯତ୍ନବାନ ର ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟ ରଖିଥିଲେ।ପରିଶେଷରେ ଡ଼.ସିକନ୍ଦର ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *