ଆନ୍ଦୋଳନ କରିବା ଅଧିକାର, କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଧିକାର ନୁହେଁ: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ବର: ଛାତ୍ର କଂଗ୍ରେସ ଆନ୍ଦୋଳନ ବେଳେ ଭୁବନେଶ୍ୱର ରାଜରାସ୍ତାରେ ବାଡ଼ ଭାଙ୍ଗିବା ମାମଲାରେ ଆନ୍ଦୋଳନ କାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
ଏନେଇ ବିଚାର ବିମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ସ୍ମାର୍ଟସିଟି ଲିମିଟେଡ଼ ଗ୍ରହଣ କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।
ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର କାହାର ନାହିଁ।ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଛାତ୍ର କଂଗ୍ରେସର କିଛି ସଦସ୍ୟ ଜେଲରୁ ରାଲି ବାହାର କରି ଆସିବା ବେଳେ ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ସ୍ମାର୍ଟ ସିଟି ଲଗାଇଥିବା ବିଏମସି ବାଡ଼କୁ ସେମାନେ ଭାଙ୍ଗିଥିଲେ ବୋଲି ମନ୍ତ୍ରୀ କହିଛନ୍ତି।