Uncategorized

ଝୁଲନ୍ତା ଅବସ୍ଥାରେ ବାପା ଓ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ପିପିଲି: ପୁରୀଜିଲ୍ଲା ପିପିଲି ଥାନା ପୋଟଳ ଗାଁରେ ଆଜି ରାତି ପ୍ରାୟ ୮ଟାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ବନ୍ଦ କୋଠରୀରୁ ବାପା ଓ ତାଙ୍କ ୨ବର୍ଷର ନିଷ୍ପାପ ଶିଶୁପୁତ୍ରର ଶବ ଉଦ୍ଧାର କରିଛି। ଏହି ହୃଦୟ ବିଦାରକ ଘଟଣା ଅଂଚଳବାସୀଙ୍କୁ ମ୍ରୀୟମ୍ରାଣ କରିଛି। ମୃତକ ହେଉଛନ୍ତି ଉକ୍ତ ଗାଁର ଦୀପକ କୁମାର ପାଣି(୩୦) ଓ ତାଙ୍କର ୨ବର୍ଷର ଶିଶୁପୁତ୍ର।ପାରିବାରିକ କଳହରୁ ଏହି ନାରକୀୟ ଘଟଣା ଘଟିଥିବା କୁହାଯାଉଛି।ପୁଲିସ ସୂଚନା ଅନୁସାରେ ଉକ୍ତ ଗାଁର ଦାଶରଥି ପାଣିଙ୍କର ପୁଅ ଦୀପକ ୫ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ପତ୍ନୀ ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ଘର ସହ ସମ୍ପର୍କ ତିକ୍ତ ହୋଇଥିଲା। ଫଳରେ ଦୀପକ ଘର ନିକଟରେ ଅନ୍ୟତ୍ର ଏକ ଆଜବେଷ୍ଟସ ଘର କରି ରହୁଥିଲେ। କୌଣସି କାରଣରୁ ଆଜି ପତ୍ନୀ ଘରୁ ନିଜ ବାପଘର କେନ୍ଦ୍ରାପଡ଼ାକୁ ଚାଲିଯାଇଥିଲେ।

Leave a Reply

Your email address will not be published. Required fields are marked *