Uncategorized

ମେଘାଳୟ ଯାଇ ହତ୍ୟାକାଣ୍ଡ ସ୍ଥଳରେ ସ୍ବତନ୍ତ୍ର ପୂଜାପାଠ କଲେ ରାଜା ରଘୁବଂଶୀଙ୍କ ଭାଇ.. କହିଲେ, ମୋ ଭାଇର ଆତ୍ମା ଶାନ୍ତି ହୋଇନି

ହନିମୁନ ହରର ଘଟଣାରେ ମୃତ ରାଜା ରଘୁବଂଶୀରଙ୍କ ଭାଇ ମେଘାଳୟ ଯାଇ ଏକ ସ୍ବତନ୍ତ୍ର ପୂଜା କରିଛନ୍ତି । ଯେଉଁଠି ରାଜାଙ୍କୁ ହତ୍ୟା ହୋଇଥିଲା ଏବଂ ଯେଉଁ ଜଳପ୍ରପାତ ନିକଟରୁ ତାଙ୍କ ମୃତଦେହ ମିଳିଥିଲା ସେଠାରେ ପଣ୍ଡିତଙ୍କ ଦ୍ବାରା ପୂଜା କରି ହୋମ କରିଛନ୍ତି ରାଜାଙ୍କ ଭାଇ ବିପିନ ରଘୁବଂଶୀ ।

ରାଜାଙ୍କ ସ୍ତ୍ରୀ ସୋନମ ଏବଂ ତାଙ୍କ ପ୍ରେମିକ ରାଜ୍ ଯେଉଁ ଷଡଯନ୍ତ୍ର ରଚି ଜୁନ ୨ରେ ରାଜାଙ୍କ ହତ୍ୟା କରିଥିଲେ ସେହି ସବୁ ସ୍ଥାନରେ ଏକ ସ୍ବତନ୍ତ୍ର ପୂଜା କରି ରାଜାଙ୍କ ଭାଇ ବିପିନ କହିଛନ୍ତି- ମୁଁ ଅନୁଭବ କରିପାରୁଛି ମୋ ଭାଇର ଆତ୍ମାକୁ ଏଯାଏଁ ଶାନ୍ତି ମିଳିନି । ଭାଇ ଆତ୍ମାର ମୁକ୍ତି ଏବଂ ସଦଗତି ପାଇଁ ଏହି ପୂଜାର ଆୟୋଜନ କରିଛି । ଭାବୁଛି ଏବେ ତାକୁ ଟିକେ ଶାନ୍ତି ମିଳିଥିବ । ତେବେ ପୂଜା ସରିବା ପରେ ସେ ମେଘାଳୟର ଲୋକଙ୍କ ସହ ସ୍ଥାନୀୟ ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ଭାଇର ହତ୍ୟା ପରେ ଦୋଷୀକୁ ଧରିବାକୁ ପୋଲିସର ଆମ ପରିବାର ପାଇଁ ସାହାଯ୍ୟକୁ ଆମେ ଭୁଲି ପାରିବୁନି ବୋଲି କହିଛନ୍ତି ବିପିନ । 

Leave a Reply

Your email address will not be published. Required fields are marked *