Uncategorized

ଦାରିଦ୍ର୍ୟ: ୨୦ ହଜାର ଟଙ୍କାରେ ନବଜାତ ଶିଶୁକନ୍ୟାକୁ ବିକିଦେଲେ ଦଂପତି

ଟିଟିଲାଗଡ଼: ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷ ଅତିକ୍ରମ କରିସାରିଛି। ଆ‌ମରି ସଭ୍ୟତା ଅତ୍ୟାଧୁନିକ ଯୁଗରେ ପହଞ୍ଚିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଗୁଣଗାନ କରୁଥିବା ବେଳେ ଶିଶୁକନ୍ୟା ଆମ ସମାଜରେ ଅଲୋଡ଼ା ହେଉଛି ଅଥବା ଟଙ୍କା ପାଇଁ ବିକ୍ରି ହେଉଛି। ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ୨୦ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଛି। ଶିଶୁକନ୍ୟାର ବିକ୍ରିର କାରଣ ହେଲା ଦାରିଦ୍ର୍ୟତା ବୋଲି କୁହାଯାଉଛି। ଅଭିଯୋଗ ଅନୁସାରେ ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନଲ ରଣା ଆର୍ଥିକ ଅଭାବ ଯୋଗୁଁ ନିଜ ଦ୍ୱିତୀୟ ଝିଅ କନ୍ୟାକୁ ବିକ୍ରି କରିଦେଇଛନ୍ତି। ଗତ ୧ ତାରିଖ ଦିନ ନଳ ରଣାଙ୍କ ସ୍ତ୍ରୀ ଶିଶୁକନ୍ୟା ଜନ୍ମ ଦେଇଥିଲେ। ହେଲେ ଆର୍ଥିକ ଅନାଟନ ଯୋଗୁଁ ନିଜ ଜନ୍ମ କଲା ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ। ବରଗଡ଼ ଜିଲ୍ଲା ସେ ପାଇକମାଲର ଏକ ବ୍ୟକ୍ତିକୁ ବିକ୍ରି କରିଥିବା କୁହାଯାଉଛି। 

Leave a Reply

Your email address will not be published. Required fields are marked *