ଦୁଷ୍କର୍ମ ମାମଲା: ଝାରପଡ଼ା ଜେଲ୍ ଗଲେ ବିଜେଡି ନେତା ଅମରେଶ ଜେନା
ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ରେ ବିଜୁ ଜନତା ଦଳ (ବିଜେଡି)ରୁ କର୍ପେରେଟର ଅମରେଶ ଜେନା ଜେଲ୍ ଯାଇଛନ୍ତି। କୋର୍ଟରେ ଜାମିନ ନାମାଞ୍ଜୁର ପରେ ଅମରେଶ ଜେନାଙ୍କୁ ପୁଲିସ ଝାରପଡ଼ା ଜେଲ୍ ପଠାଇ ଦେଇଛି।
ଅମରେଶ ଜେନାକୁ ପୁଲିସ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ କରିଥିଲା। ତାକୁ ସେଠାରୁ ଭୁବନେଶ୍ବର ଆଣିଥିଲା। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମାଞ୍ଜୁର ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ଜେଲ୍ ଯିବା ପୂର୍ବରୁ ଅମରେଶ ଜେନା ଗଣମାଧ୍ୟମକୁ କହିଛନ୍ତି, ଅର୍ଚ୍ଚନା ନାଗ ମୋତେ ଫସାଇ ଦେଇଛନ୍ତି। ଅମରେଶଙ୍କ ବଡ଼ଭାଇ ଦୀପକ ଜେନା ମଧ୍ୟ ସମାନ କଥା କହିଥିଲେ।