ରାଜ୍ୟ

ଚିହ୍ନଟ ହେଲେ ୪ ମାଓବାଦୀ, ମୁଣ୍ଡରେ ଥିଲା ୧୭ ଲକ୍ଷ ଟଙ୍କା

ସୀମାନ୍ତ ଛତିଶଗଡ଼ର ବିଜାପୁର ଅଂଚଳରେ ଗତକାଲି ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିପାତ ହୋଇଥିଲେ। ପୁଲିସ ଏମାନଙ୍କୁ ଚିହ୍ନଟ କରିଛି। ଏମାନେ ହେଲେ ଦକ୍ଷିଣ ବସ୍ତର ଡିଭିଜନର ଏସିଏମ ହୁଙ୍ଗା। ହୁଙ୍ଗା ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ପ୍ଲାଟୁନ ନମ୍ବର ୩୦ର ଏସିଏମ ଲଖେ। ଲଖେ ନାମରେ ମଧ୍ୟ ୫ ଲକ୍ଷ ଟଂକା ରହିଥିଲା। ସେହିପରି ଏସିଏମ ଭିମେ ନାମରେ ମଧ୍ୟ ୫ ଲକ୍ଷ ଏବଂ ପାର୍ଟି ସଦସ୍ୟ ନହାଲ ଅରଫ ରାହୁଲ ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରହିଥିଲା।

Leave a Reply

Your email address will not be published. Required fields are marked *