ଜାତୀୟ ସ୍ୱାର୍ଥ ସର୍ବୋପରି: ଟ୍ରମ୍ପ୍ଙ୍କ ୨୫% ଶୁଳ୍କ ଘୋଷଣା ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଭାରତ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦ୍ୱାରା ଶୁଳ୍କ ସମ୍ପର୍କରେ ଦିଆଯାଇଥିବା ବିବୃତିର ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇଛନ୍ତି। ସରକାର କହିଛନ୍ତି ଯେ, ସରକାର ଏହାକୁ ଗୁରୁତ୍ବ ଦେଇଛନ୍ତି ଏବଂ ଏହାର ପ୍ରଭାବକୁ ଗମ୍ଭୀରତାର ସହିତ ଅଧ୍ୟୟନ କରୁଛନ୍ତି।ଭାରତ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଗତ କିଛି ମାସ ଧରି ଆମେରିକା ସହିତ ଆଲୋଚନା ଚାଲିଛି। ଭାରତ ଏହି ଉଦ୍ଦେଶ୍ୟ ପ୍ରତି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଏକ ସମାଧାନ ଦିଗରେ ଆଗକୁ ବଢୁଛି।