Uncategorized

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: 12th ଫେଲ୍ ଶ୍ରେଷ୍ଠ ଫିଚର ଫିଲ୍ମ, ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା

ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳରୁ ରୋଗୀଙ୍କୁ ତ୍ବରିତ ଭାବେ ଡାକ୍ତରଖାନାକୁ ପହଞ୍ଚାଉଥିବା ଆମ୍ବୁଲାନସଗୁଡ଼ିକର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ରୋଗୀ ନେବାକୁ ଯାଇ ରାସ୍ତାରେ ଏହି ୧୦୮ଆମ୍ବୁଲାନସ ଗୁଡ଼ିକ ଅଚଳ ହେବା ନିୟମିତ ଘଟଣା ପାଲଟିଛି। ଗତ ୧୦ଦିନ ମଧ୍ୟରେ ଏଭଳି ୧୦ଥର ହୋଇସାରିଲାଣି। ଏପରିକି ୧୦୮ଆମ୍ବୁଲାନସକୁ ଡାକି ଅନ୍ୟ ଗାଡ଼ି କିମ୍ବା ଅଟୋରେ ବି ରୋଗୀ ଡାକ୍ତରଖାନାକୁ ଆସୁଥିବା ଦେଖିବାକୁ ମିଳିଛି।

ଗତ ୫ବର୍ଷ ହେବ ଗାଡ଼ିଗୁଡିକ ବୁଲିବା ସହ ପ୍ରାୟ ୪ରୁ ୫ଲକ୍ଷ ‌କିଲୋ ମିଟର ବୁଲି ସାରିଲାଣି। ବହୁ ଗାଡ଼ିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିବା ସହ ରାସ୍ତାଘାଟରେ ଆମ୍ବୁଲାନସର ଯନ୍ତ୍ରପାତି ଗୁଡ଼ିକ ତଳକୁ ଖସି ପଡ଼ିବା ସହ ଗାଡ଼ି ଗୁଡ଼ିକ ଆଉ ଆଗକୁ ନ ଗଡ଼ି ସେଭଳି ରହିଯାଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *