ଧରାଲିରେ ଧ୍ବଂସର ତାଣ୍ଡବଲୀଳା: ପ୍ରକୃତିର ପ୍ରଳୟ ପରେ ଜୋରଦାର ଚାଲିଛି ଉଦ୍ଧାର ଉଦ୍ୟମ…
ଉତ୍ତରକାଶୀ: ଯେଉଁଠି ପ୍ରଳୟ ଛାଡ଼ି ଯାଇଛି ପଦଚିହ୍ନ, ସେଇଠି ଚାଲିଛି ଉଦ୍ଧାରକାମ । ପ୍ରଳୟ ପରେ ଉଦ୍ଧାର ଉଦ୍ୟମକୁ ଜୋରଦାର କରିବା ସହ ପ୍ରଭାବିତଙ୍କୁ ରିଲିଫ ସାମଗ୍ରୀ ଦେଉଛନ୍ତି ଭାରତୀୟ ଯବାନ । ଉତ୍ତରକାଶୀ ଧରାଲିରେ ୨୨୫ ଜଣ ଯବାନ ନିୟୋଜିତ ଥିବା ବେଳେ ପ୍ରକୃତିର ତାଣ୍ଡବ ପରେ ଉଦ୍ଧାରକାମ ସହ ପୁନରୁଦ୍ଧାର କାମ ବି କରୁଛନ୍ତି ଯବାନମାନେ ।
ମଙ୍ଗଳବାର ସକାଳେ ବାଦଲଫଟା ବର୍ଷା ପରେ ପାହାଡ଼ ଉପରୁ ଖସି ଆସିଥିଲା ଆତଙ୍କ । ଉତ୍ତରକାଶୀର ଧରାଲି ଗାଁରେ ଦେଖିବାକୁ ମିଳିଥିଲା ଧ୍ବଂସଲୀଳା । ପ୍ରକୃତିର ତାଣ୍ଡବକୁ ୨୪ ଘଣ୍ଟା ବିତିଯାଇଛି ଓ ଚାଲିଛି ଉଦ୍ଧାର କାମ । ମାଟି ତଳେ ଫସିରହିଥିବା ଶବକୁ ଉଦ୍ଧାର କରାଯାଉଛି । ଦେଢ଼ଶହରୁ ଅଧିକ ନିଖୋଜଙ୍କୁ ଖୋଜି ବାହାର କରିଛି ଏନଡିଆରଏଫ୍, ସେନା ଓ ଆଇଟିବିପିର ମିଳିତ ଟିମ୍ ।